ଆଜି ଘୋଷଣା ହେବ ବିଜେପିର ପ୍ରାର୍ଥୀ ତାଲିକା, ସୂଚନା ଦେଲେ ପ୍ରଭାରୀ, ଜାଣନ୍ତୁ ଜଣଙ୍କ ନାମ

Odisha Hot News
1 Min Read

ଭୁବନେଶ୍ବର: ଆଜି ଘୋଷଣା ହେବ ବିଜେପିର ବାକିଥିବା ବିଧାନସଭା ପ୍ରାର୍ଥୀ ତାଲିକା। ଆଜି ପ୍ରାୟ 20ରୁ 22 ଜଣଙ୍କ ନାମ ଘୋଷଣା ହେବ। ବାକି ଆସନ ଗୁଡିକ 18 ତାରିଖ ଭିତରେ ଘୋଷଣା କରାଯିବ। ଏହି ସୂଚନା ଦେଇଛନ୍ତି ଓଡିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି ଯେ ଆଜି ଅପରାହ୍ନ ସୁଦ୍ଧା ଓଡିଶା ବିଧାନସଭା ତାଲିକା ପ୍ରକାଶ କରାଯିବାର ସମ୍ଭାବନା ରହିିଛି। ଏ ନେଇ ଦିଲ୍ଲୀରେ ଶୀର୍ଷ ନେତୃତ୍ବ ତାଲିକା ଚୁଡାନ୍ତ କରିସାରିଛନ୍ତି।

ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି। ତେବେ ଆଜି ଯେଉଁ ତାଲିକା ପ୍ରକାଶ ପାଇବ ସେଥିରେ 20 ରୁ 22 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ତେବେ ଆଜି ଘୋଷଣା ହେଉଥିବା ପ୍ରାର୍ଥୀ ତାଲିକାରେ ରାଉରକେଲାରୁ ଦିଲ୍ଲୀପ ରାୟଙ୍କ ନାମ ରହିଛି ବୋଲି ଚର୍ଚ୍ଚା ଚାଲିଛି।

Share This Article