ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ହେଲେ ମହେଶ କୁମାର ବେହେରା

Odisha Hot News
1 Min Read

ଭୁବନେଶ୍ଵର: ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ର ଅଧିକାରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି।

ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁର ଠାରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ସାମୁଦ୍ରିକ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଭାରତୀୟ ରେଳବାଇରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରି ତିନି ଦଶନ୍ଧି ଧରି ବିସ୍ତୃତ ଓ ସମୃଦ୍ଧ ଅଭିଜ୍ଞତା ହାସଲ କରିଛନ୍ତି।

ଶ୍ରୀ ବେହେରା ରେଳାବାଇରେ ତାଙ୍କର ସେବା ମଧ୍ୟରେ ପୂର୍ବତଟ ରେଳପଥରେ ଚିଫ୍ ବ୍ରିଜ୍ ଇଞ୍ଜିନିୟର ଏବଂ ଚିଫ୍ ଇଞ୍ଜିନିୟର (ବ୍ରିଜ୍ ପୁନର୍ବାସ) ଭଳି ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ। ଉଲ୍ଲେଖନୀୟ ଭୂମିକାରେ ସେ ରାଇଟ୍ସ, ଭୁବନେଶ୍ୱରରେ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଏବଂ ପାଟନା ଏବଂ ମୁଙ୍ଗେରରେ ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜ୍ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଅନ୍ତର୍ଭୁକ୍ତ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ଗୁଡିକ ମଧ୍ୟରେ ସେ ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ), ପୂର୍ବତଟ ରେଳପଥର ଉପମୁଖ୍ୟ ସତର୍କତା ଅଧିକାରୀ ଏବଂ ପୂର୍ବ ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଇତ୍ୟାଦି ପଦବୀଗୁଡିକରେ କାର୍ଯ୍ୟରତ ଥିଲେ।

Share This Article