ଖରିଆରର କଂଗ୍ରେସ ବିଧାୟକ ବିଜେଡିରେ ମିଶିବା ପରେ କଣ ହେବ ରାଜନୈତିକ ଗଣିତ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ସେ କଂଗ୍ରେସରେ କୌଣସି ଅସନ୍ତୁଷ୍ଠ ନ ଥିଲେ ମଧ୍ୟ ବିଜେଡିରେ ଯୋଗ ଦେଇ ନିଜର ଭବିଷ୍ୟତକୁ ସୁଦୃଢ କରିଛନ୍ତି।

ବିଜେଡିରେ ଯୋଗଦେବା ପରେ ବିଜେଡି ତାଙ୍କୁ ଖରିଆରର ବିଧାୟକ ପ୍ରାର୍ଥି କରିବା ପ୍ରାୟ ନିଶ୍ଚିତ ବୋଲି ଜଣାପଡିଛି। କାରଣ ସେଠାରେ ଅଧିରାଜଙ୍କ ବେଶ ଦବଦବା ରହିଛି। ବଡ ସଂଗଠନ ରହିଛି। ସେଠାରେ କଂଗ୍ରେସ ଦଳ ଅପେକ୍ଷା ଅଧିରାଜଙ୍କ ନିଜସ୍ବ ସଂଗଠନ ଥିବାରୁ ତାଙ୍କ ସହିତ ବହୁ ନେତା ବିଜେଡିରେ ସାମିଲ ହୋଇଛନ୍ତି।

ତେବେ ଅଧିରାଜ ବିଜେଡିରେ ସାମିଲ ହେବା ପରେ ସେଠାରେ କଂଗ୍ରେସରୁ ଟିକେଟ ପାଇବା ପାଇଁ ବହୁ ନେତା ଆଶାୟୀ ହୋଇପଡିଛନ୍ତି। ସେ ଥିବା ବେଳେ ସେଠାରେ କୌଣସି ଆଶାୟୀଙ୍କ ଦେଖିବାକୁ ମିଳି ନ ଥିଲା। ଏବେ ସେହି ତାଲିକା ବୃଦ୍ଧି ପାଇଛି। ତେବେ ଏ ନେଇ କଂଗ୍ରେସର ରଣନୀତି କଣ ରହିବ ତାହା ଜଣାପଡି ନାହିଁ।

Share This Article