ମେଣ୍ଟ ପ୍ରସଂଗକୁ ପୁଣି ବୁଲେଇଲେ ମନମୋହନ ସାମଲ, କହିଲେ ସେହି ପୁରୁଣା କଥା

Odisha Hot News
1 Min Read

ଭୁବନେଶ୍ବର: ନୂଆଦିଲ୍ଲୀର ବୈଠକ ପରେ ଆଜି ଭୁବନେଶ୍ବର ଫେରି ମେଣ୍ଟ ଚର୍ଚ୍ଚାକୁ ଏଡାଇ ଦେଲେ ବିଜେପି ସଭାପତି ମନମୋହନ ସାମଲ। ସେ ସିଧା ମେଣ୍ଟ ହେବ ନାହିଁ ବୋଲି କହିପାରି ନ ଥିଲେ। ହେଲେ ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ଲୋକଙ୍କ ଆର୍ଶିବାଦରେ ବିଜେପି ଓଡିଶାରେ ସରକାର ଗଢିବାକୁ ଯାଉଛି।

ହେଲେ ତାଙ୍କୁ ବାରମ୍ବାର ମେଣ୍ଟ ସଂପର୍କରେ ପଚାରିଥିଲେ ମଧ୍ୟ ସେ ମେଣ୍ଟ ଶଦ୍ଦଟି ପାଟିରେ ଧରି ନ ଥିଲେ। ସେ ବାରମ୍ବାର ଓଡିଶାର ବିଜେପି ସରକାର କରିବ ବୋଲି କହିଥିଲେ। ଶେଷରେ କହିଥିଲେ ଯେ, ଆମେ ଯଦି କାହା ସହିତ ମିଶି ସରକାର କରିଥାଆନ୍ତୁ ତାହା ହେଲେ ମୁଁ ସେ କଥା କହିଥାଆନ୍ତି। ହେଲେ ସେ କଥା ମୁଁ କହୁ ନାହିଁ।

ତେବେ ମନମୋହନଙ୍କ ଉତ୍ତରରେ ସେ କେଉଁଠି କିଛି କହିବାକୁ ଚାହୁଁ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେ କଥାକୁ ଗେନ୍ଦୁରାଇବାରେ ଲାଗିଛନ୍ତି। ଖୋଲମଖୋଲା ମେଣ୍ଟ ହେବ ନାହିଁ ବୋଲି ସେ ଦୃଢତାର ସହ କହିପାରୁ ନାହାଁନ୍ତି। ତେଣୁ ମନମୋହନଙ୍କ ମନ୍ତବ୍ୟରେ ମେଣ୍ଟ ଚର୍ଚ୍ଚା ପୂର୍ଣ୍ଣଚ୍ଛେଦ ପଡିବା ପରିବର୍ତ୍ତେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share This Article