ଭୁବନେଶ୍ବର ବସ୍ତିରେ ମାଇକ୍ରୋସଫ୍ଟ ର ସହ ପ୍ରତିଷ୍ଠାତା ବିଲ ଗେଟସ୍

Odisha Hot News
1 Min Read

ଭୁବନେଶ୍ବର: ଆଜି ଭୁବନେଶ୍ବର ବସ୍ତିରେ ବୁଲୁଛନ୍ତି ବିଶ୍ବର ଅନ୍ୟତମ ଧନି ତଥା ମାଇକ୍ରୋସପ୍ଟ କଂପାନୀର ସହ ପ୍ରତିଷ୍ଠାତା ବିଲ ଗେଟସ। ଲୁମ୍ବିନ ବିହାରସ୍ଥିତ ମା ମଙ୍ଗଳା ବସ୍ତିରେ ସେ ପରିଦର୍ଶନ କରୁଛନ୍ତି। ସାଥିରେ ଅଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସହିତ ବହୁ ଅଧିକାରୀ। ଏହାପରେ ସେ କୃଷି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହାପରେ ମଧ୍ୟାହ୍ନରେ ବିଲଗେଟସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।ଏହାମଧ୍ୟରେ ସେ ଓଡିଶାର ଚାଷୀ ଏବଂ କେତେକ କୃଷି ଉଦ୍ୟୋଗୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଗତକାଲି ସଂଧ୍ୟାରେ ବିଲଗେଟସ ଭୁବନେଶ୍ବରରେ ପହଞ୍ଚିଥିଲେ।

Share This Article