ଆଜି ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲାଗସ୍ତ: ଏକାଧିକ ପ୍ରକଳ୍ପ କରିବେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ଜଙ୍କିଆ ଏବଂ ଜଟଣୀ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ୪.୩୦ ମିନିଟ ସମୟରେ ଜଙ୍କିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଠାରେ ଇଡ଼କୋ ଦ୍ୱାରା ନିର୍ମିତ ଏକ ଫୁଡ ପାର୍କକୁ ଉଦଘାଟନ କରିବେ। ଅନୁରୂପ ଭାବେ ଉକ୍ତ ଅଞ୍ଚଳରେ ଏକାଧିକ ଶିଳ୍ପାନୁଷ୍ଠାନ ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ।

ଏହାପରେ ଅପରାହ୍ନ ୪.୪୫ ମିନିଟରେ ଜଟଣୀ ଇନଫୋଭ୍ୟାଲି ପହଞ୍ଚି ସେଠାରେ ‘ବାଗଚି ଶ୍ରୀ ଶଙ୍କର କ୍ୟାନ୍ସର ସେଣ୍ଟର ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଭୁବନେଶ୍ୱର ନବୀନ ନିବାସ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ ଭୁବନେଶ୍ୱର କମିଶନେରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share This Article