ପୁଲୱାମା ବଳିଦାନ ଦିବସ ପାଳିଲା ବଜରଙ୍ଗ ଦଳ

Odisha Hot News
1 Min Read

ରଣପୁର: ୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ଭାରତ ପାଇଁ ଏକ କଳା ଦିବସ। ଏହି ଦିନ ଭାରତର ୪୦ ଜଣ ସି.ଆର.ପି.ଏଫ ଯବାନ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇ ଶହୀଦ ହୋଇଥିଲେ। ୪୦ ଜଣ ସି.ଆର.ପି.ଏଫ ଯବାନ ଏକ ବସରେ ଜାମ୍ମୁ କାଶ୍ମୀରର ପୁଲୱାମାର ଲେଥପୋରା ଅଞ୍ଚଳରେ ଯାଉଥିବା ବେଳେ ଏକ ବୋମା ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣରେ ୪୦ ଜଣ ଯବାନ ପ୍ରାଣତ୍ୟାଗ କରି ଦେଶ ପାଇଁ ଶହୀଦ ହୋଇଥିଲେ।  ଏହି ବିସ୍ପୋରଣ ପାକିସ୍ତାନ ଦ୍ୱାରା କରାଯାଇଥିଲା ବୋଲି ଜଣା ପଡିଥିଲା। ଶହୀଦମାନଙ୍କୁ ମନେ ପକାଇବା ପାଇଁ ସେହି ଦିବସକୁ “ପୁଲୱାମା ବଳିଦାନ ଦିବସ” ଭାବେ ନାମିତ କରାଯାଇଛି।

ଆଜି ରଣପୁର ବଜରଙ୍ଗ ଦଳ ଏହି “ପୁଲୱାମା ବଳିଦାନ ଦିବସ” କୁ ମନେ ପକାଇ ପାଳନ କରିଛି। ଏହି ଅବସରରେ ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ସମୟରେ ପାକିସ୍ତାନ ମୃଦାବାଦ, ଭାରତ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ବଜରଙ୍ଗ ଦଳର ସମସ୍ତ କର୍ମୀ ଏଥିରେ ଯୋଗ ଦେଇଥିଲେ।

Share This Article