କନ୍ଧମାଳ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କଲା ବିଜୁ ଜନତା ଦଳ

Odisha Hot News
0 Min Read

ଭୁବନେଶ୍ବର: ଆଜି କନ୍ଧମାଳ ଜିଲ୍ଲାର ନୂଆ ସଭାପତି ଭାବେ ବିଜୁ ଜନତା ଦଳ ଘୋଷଣା କରିଛି। ସେ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ଅଙ୍ଗଦଙ୍କୁ ସଭାପତି କରାଯାଇଛି।

ବିଜେଡି କିଛି ମାସ ତଳେ ଜିଲ୍ଲା ସଭାପତି ପଦରୁ ସରୋଜ କର୍ଣ୍ଣଙ୍କୁ ବାହାର କରି ତାଙ୍କ ସ୍ଥାନରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ନିଯୁକ୍ତ କରାଯାଇଥିଲା। ସାଲୁଗା ବର୍ତ୍ତମାନ ଉପବାଚସ୍ପତି ଅଛନ୍ତି।

Share This Article