Makar Sankranti: ଜାଣନ୍ତୁ ସୂର୍ଯ୍ୟଙ୍କ ମକର ରାଶିରେ ପ୍ରବେଶ ଓ ଶୁଭ ମୂର୍ହୁତ୍ତର ସମୟ

Odisha Hot News
1 Min Read

Makar Sankranti : ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ। ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ ୧୫ ଜାନୁଆରୀରେ ପାଳନ କରାଯିବ।

ଶାସ୍ତ୍ର ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରବେ ଏବଂ ଏହି ସମସ୍ତ ଶୁଭ କାର‌୍ୟ୍ୟ ଆରମ୍ଭ ହୁଏ। ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ମାଙ୍ଗଳିକ ଭଳି କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ । ସୂର୍ଯ୍ୟ ରାତି ୨ ଟା ୪୪ ମିନିଟରେ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ। ସେହି ଅନୁସାରେ ଭୋରରୁ ସୂର୍ଯ୍ୟ ଉଦୟ ଥିବାରୁ ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ।

ତେବେ ଏହିଦିନ କେତେବେଳେ ପୂଜା ମୂର୍ହୁତ ରହିଛି ତାହା ଜାଣିବା ଆବଶ୍ୟକ। କାରଣ ସେହି ଅନୁସାରେ ଘରେ ପୂଜା କଲେ ଭଲ ଫଳ ମିଳିଥାଏ। ତେବେ ଏହି ପର୍ବ ପାଳନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପାଳନ କରାଯାଇପାରିବ। ତେବେ ମୁଖ୍ୟ ପୂଜା ସମୟ ହେଉଛି ୧୫ ତାରିଖ ସକାଳ ୭ ଟା ୧୪ ମିନିଟରୁ ଦିନ ୧୨ ଟା ୩୬ ମିନିଟ ପର୍ଯ୍ୟନ୍ତ। ଏହି ସମୟରେ ସ୍ନାନ ଏବଂ ଦାନ କଲେ ଶୁଭପ୍ରାପ୍ତ ହୋଇଥାଏ।

Share This Article