ଭୁବନେଶ୍ୱର ଏସଟିଏଫକୁ ମିଳିଲା ବଡ ସଫଳତା: କୋଟିଏ ରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର କଲା ଜବତ

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱର ଏସଟିଏଫକୁ ବଡ ସଫଳତା ମିଳିଛି। କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସଟିଏଫ ର ଏକ ଟିମ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଜିଓ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ଜଣେ ନିଶା ବେପାରିଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ନିମାପଡା ଥାନା ଗୁଆଲପଡା ଅଞ୍ଚଳର ସୁଜିତ କୁମାର ମହାନ୍ତି (୨୪) ବୋଲି ଜଣାପଡିଛି।

ତାଙ୍କ ନିକଟରୁ ଏସଟିଏଫ ୧ କେଜି ୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ୬ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଆଜି ପୁରୀ ଜିଲ୍ଲା କୋର୍ଟ ଚାଲାଣ କରାଯାଇଥିବାର ଏସଟିଏଫ ସୂଚନା ଦେଇଛି।

Share This Article