ନଗଡାରେ ଉଷା ଟିମ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର, ପାହାଡିଆ ରାସ୍ତାରେ ଗଲେ ସେଚ୍ଛାସେବୀ

Odisha Hot News
1 Min Read

ଭୁବନେଶ୍ବର: ଏକ ମହତ୍ତ୍ଵ ଉଦ୍ଦେଶ୍ୟ ନେଇ ଗତ ରବିବାର ଦିନ ମିଶନ୍ ନଗଡ଼ା ର ଦ୍ଵିତୀୟ ପର୍ଯାୟ କାର୍ଯ୍ୟକ୍ରମରେ USSA Team ତରଫରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ବେଚ୍ଛାସେବୀମାନେ ବହୁ ସଂଘର୍ଷ କରି ଘଞ୍ଚ ବଣଜଙ୍ଗଲ ପାହାଡ଼ିଆ ରାସ୍ତାରେ ଯାଇ ପହଞ୍ଚି ଥିଲେ। ସେମାନେ ମୁଖ୍ୟ ରାସ୍ତାରୁ ପ୍ରାୟ ପାଞ୍ଚ କିଲୋମିଟର ଚାଲିଚାଲି ଯାଇ ଯାଜପୁରର ନଗଡାରେ ପହଞ୍ଚିଥିଲେ।

ସେମାନେ ଔଷଧ, ଶୁଖିଲା ଖାଦ୍ୟ, ପୋଷାକ, ଓ କମ୍ବଳ, ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ମୁଣ୍ଡରେ ମୁଣ୍ଡାଇ ନଗଡାରେ ପହଞ୍ଚିଥିଲେ। ଡ଼କ୍ଟର ଦୀପ୍ତି ରଞ୍ଜନ କରଙ୍କ ତତ୍ୱାବଧାନରେ, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଙ୍କ ସହାୟତା ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବା ସହିତ ସଚେତନତାର ବାର୍ତ୍ତା ଦେଇଥିଲେ।

ସେଠାରେ ସେଚ୍ଛାସେବୀମାନେ ପିଲାମାନଙ୍କର ମାଗଣ ଚିକିତ୍ସା କରିବା ସହିତ ଔଷଧ ପ୍ରଦାନ କରିଥିଲେ। ପୁଣି ଥରେ ଏହି ସଂସ୍ଥା ସେହି ନଗଡା ଅଞ୍ଚଳକୁ ଯାଇ ଲୋକଙ୍କର ସେବା କରିବାକୁ ଯୋଜନା ରଖିଛନ୍ତି।

Share This Article