ବରିଷ୍ଠ ସାମ୍ବାଦିକ ରାମା ରାଓଙ୍କର ଦେହାନ୍ତ, ସାମ୍ବାଦିକ ମହଲରେ ଶୋକ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ ର ଓଡିଶା ପ୍ରତିନିଧି କେ ରାମା ରାଓଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ସେ ହୃଦରୋଗରେ ପିଡିତ ହେବାରୁ ତାଙ୍କୁ କଟକର ଏକ ନସିଂହୋମରେ ଭତ୍ତି କରାଯାଇଥିଲା। ହେଲେ ସେ ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ରାମା ରାଓଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ତିନି ସନ୍ତାନ ସହିତ ତାଙ୍କ ପତ୍ନୀ ଧନଲକ୍ଷ୍ମୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ପୁଅ କେ ଯୋଗାନନ୍ଦ ବର୍ତ୍ତମାନ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିୟୋଗରେ କଟକ ଭୁବନେଶ୍ବର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ଇଟିଭି ଓଡିଆରେ କାର୍ଯ୍ୟରତ ସାମ୍ବାଦିକ ତଥା କର୍ମଚାରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Share This Article