ଭୋଜି କରି ଘରକୁ ଫେରୁଥିବା ସମୟରେ ଟ୍ରଲର ଧକ୍କାରେ ୨ ମୃତ

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ ହୋଇଛି। ମୃତକ ଦୁହେଁ ହେଲେ ରେଢାଖୋଲ ସହର ରାଜବାଟି ସାହିର ଶୁଭେନ୍ଦୁ ସାହୁ (ଜୁଲୁ) ଓ ରଥାସାହିର ଶ୍ୟାମସୁନ୍ଦର ଭିତିରିଆ (ଚଗଲୁ) ବୋଲି ଜଣା ପଡିଛି।

ପ୍ରକାଶ ଯେ, ଆଜି ରେଢାଖୋଲ ସହରର ଶୁଭେନ୍ଦୁ ଓ ଶ୍ୟାମସୁନ୍ଦର ସାଙ୍ଗମାନଙ୍କ ସହ ସରପାଲ ଜୋରକୁ ଭୋଜି କରିଯାଇଥିଲେ। ହେଲେ ଭୋଜି ଖାଇ ସାରି ଡିଜେ ବଜାଇ ନାଚଗୀତ ସାରି ସନ୍ଧ୍ୟା ସମୟରେ ଏକ ବୁଲେଟ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ରେଢାଖୋଲ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଅନ୍ୟଏକ ଗାଡ଼ିକୁ ଓଭରର୍ଟେକ୍ କରୁଥିବା ସମୟରେ ସମ୍ମୁଖରରୁ ଏକ ଟ୍ରଲର ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା , ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା। ଦୁହିଁଙ୍କୁ ଟ୍ରଲର ଧକ୍କା ଦେଇ ଫେରାର ହୋଇଯାଇଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ସମୟ ରାସ୍ତା ରୋକ କରିଥିଲେ ସ୍ଥାନୀୟ ଜନସାଧାରଣ। ଘଟଣା ସ୍ଥଳରେ ରେଢାଖୋଲ ଉପଜିଲ୍ଲାପାଳ ରେଢାଖୋଲ ଏସଡି ପିଓ ପହଂଚି ଲୋକ ମାନଙ୍କୁ ବୁଝା ସୁଝା ପରେ ରାସ୍ତାରୋକ ବନ୍ଦ ହୋଇଥିଲା। ଉଭୟ ପାର୍ଶ୍ବରେ ଶହ ଶହ ଯାନ ବାହାନ ଅଟକି ରହିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

Share This Article