Big News: ଓଡିଶାରୁ ଧରାପଡିଲା କାଶ୍ମୀରରୁ ଆସିଥିବା ଠକ, ଆତଙ୍କବାଦୀ ଲିଙ୍କ ସନ୍ଦେହ

Odisha Hot News
1 Min Read

ଭୁବନେଶ୍ବର: ଆଜି ଓଡିଶାରୁ ଜଣେ କାଶ୍ମୀରରୁ ଆସିଥିବା ଠକକୁ ଏସଟିଏଫ ଗିରଫ କରିଛି। ତାହାର ନାମ ହେଲା ସୟଦ ଇଶାନ ବୁଖାରୀ। ତାକୁ ଏସଟିଏଫ ଯାଜପୁର ଧର୍ମଶାଳାରୁ ଗିରଫ କରିଛି। ସେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ କହି ଠକୁଥିବା ବେଳେ ଗିରଫ ହୋଇଛି। ଏପରିକି ସେ ଏନଆଇଏ ସହିତ ସଂପର୍କରେ ଅଛି ବୋଲି ଲୋକଙ୍କୁ କହି ଆସୁଥିଲା।

ଅଭିଯୁକ୍ତ ଠାରୁ ୧୦୦ରୁ ଅଧିକ କାଗଜପତ୍ର ଜବତ କରାଯାଇଛି। ବହୁ ଲୋକଙ୍କୁ ସେ ଡାକ୍ତର ପରିଚୟ ଦେଉଥିଲା। ଅଭିଯୁକ୍ତ ବୁଖାରୀ ୬/୭ ଜଣ ଯୁବତୀଙ୍କୁ ବିବାହ କରିଥିବାର ମଧ୍ୟ ସୂଚନା ମିଳିଛି। କାଶ୍ମୀର, ୟୁପି, ମହାରାଷ୍ଟ୍ର ଓ ଓଡ଼ିଶାର ଯୁବତୀଙ୍କୁ ସେ ବିବାହ କରିଛି। ବିଭିନ୍ନ ୱେବସାଇଟ ଓ ଆପରେ ମଧ୍ୟ ସେ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା।

କେରଳର କିଛି ସନ୍ଦିଗ୍ଧ ଓ ପାକିସ୍ତାନୀଙ୍କ ସହ ବି ସେ ଯୋଗାଯୋଗରେ ଅଛି। ଠକେଇ ମାମଲାରେ ବୁଖାରୀ କାଶ୍ମୀର ପୁଲିସର ୱାଣ୍ଟେଡ ତାଲିକାରେ ଅଛି।୨୦୧୮ରୁ ସେ ଓଡ଼ିଶାରେ ରହି ଆସୁଥିବା କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି। ତେବେ ବୁଖାରୀର ଆତଙ୍କିମାନଙ୍କ ସହିତ ଲିଙ୍କ ଅଛି କି ନାହିଁ ତାହାର ଅନୁସନ୍ଧାନ ଚାଲିଛି।

Share This Article