ରାଜସୁନାଖଳା ମହୋତ୍ସବ କାଉଁରି ୨୦୨୩ର ଦ୍ଵିତୀୟ ସଂନ୍ଧ୍ୟା ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ବିମୋହିତ

Odisha Hot News
1 Min Read

ରଣପୁର: ରାଜସୁନାଖଳାରେ ଚାଲିଥିବା ରାଜ ସୁନାଖଳା ମହୋତ୍ସବ କାଉଁରି-୨୦୨୩ ର ଶନିବାର ଦ୍ଵିତୀୟ ସଂନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପାରିବେଷିତ ହୋଇଥିଲା। ପାଇକ ଆଖଡ଼ା, ଶିଳ୍ପ ନିକେତନ, ଓଡିଶୀ ସମ୍ବଲପୁରୀ ଓ ମଡର୍ଣ୍ଣ ଡ୍ୟାନ୍ସ ଏଥି ସହିତ ଖଞ୍ଜଣୀ ଭଜନ, ସଙ୍କୀର୍ତ୍ତନ ଆଦି ପାରିବେଷିତ ହୋଇଥିଲା। ବିଶେଷ ଭାବେ ଖୋଲା ଆକାଶ ରଙ୍ଗ ମଞ୍ଚ ରେ ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ଆକର୍ଷିତ ହୋଇଥିଲେ।

ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତ ଆର୍ତ୍ତତ୍ରାଣ ପ୍ରଧାନ ସଭାପତିତ୍ୱ କରିଥିଲେ। ମହୋତ୍ସବ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ରୂପେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ସମ୍ମାନିତ ବକ୍ତା ଭାବେ ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ରୂପେ ବଡକୁମାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କିଶୋର ଚନ୍ଦ୍ର ରାଉତରାୟ, ପ୍ରସନ୍ନ କୁମାର ସ୍ଵାଇଁ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

ଏହି ଅବସରରେ ମହୋତ୍ସବ ପାଇଁ ସ୍ୱର ଓ ବକ୍ତୃତା ପ୍ରତିଭା ପ୍ରତିଯୋଗିତାରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ।

Share This Article