ଗ୍ରାମୀଣ ଭିତ୍ତିଭୂମି ବିକାଶ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ, ଦୁଇ ହଜାର କୋଟି ଟଙ୍କା ପ୍ରକଳ୍ପ ଉପରେ ଆଲୋଚନା

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉଚ୍ଚ ଦକ୍ଷତାସଂପନ୍ନ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମତୀ ଗର୍ଗ ଗ୍ରାମୀଣ ଭିତ୍ତିଭୂମିର ବିକାଶ ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରଶଂସା କରିଥିଲେ ।

୨୦୨୦ ମସିହା ପରଠାରୁ ନାବାର୍ଡ଼ ଦ୍ୱାରା ପ୍ରଦତ୍ତ କ୍ଷୁଦ୍ର ଋଣ ବିତରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି ବୋଲି ରାଜ୍ୟ ଉନ୍ନୟନ କମିଶନର ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ଉଚ୍ଚ ଦକ୍ଷତାସଂପନ୍ନ କମିଟି ନାବାର୍ଡ଼ ମାଧ୍ୟମରେ ଦୁଇ ହଜାର କୋଟି ଟଙ୍କା ମୂଲ୍ୟର ୮୮୮୩ ଗୋଟି ନୂଆ ପ୍ରକଳ୍ପ ମଞ୍ଜୁର କରାଇବା ପାଇଁ ସୁପାରିଶ କରିଛନ୍ତି।

ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ପୂର୍ତ୍ତ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବଙ୍କ ସହ ନାବାର୍ଡ଼ର ମୁଖ୍ୟ ମହାପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Share This Article