ଭୁବନେଶ୍ବରର ‘କୃତ୍ରିମ ଅଳିଆ ପାହାଡ’ ତଦାରଖ କଲେ ବିଜେପି ସଭାପତି, ସରକାରଙ୍କୁ ସମାଲୋଚନା

Odisha Hot News
1 Min Read

ଭୁବନେଶ୍ୱର: ରାଜଧାନୀରେ ଅଳିଆ ପାହାଡକୁ ଆଜି ରାଜ୍ୟ ସରକାରଙ୍କ ସମାଲୋଚନା କରିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଗାଡକଣ ଅଳିଆ ପାହାଡ ତଦାରଖ କରିବା ପରେ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ।  ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି।

ରାଜ୍ୟ ସରକାର ତୁରନ୍ତ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ। ରାଜ୍ୟ ସରକାର ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ସାମଲ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏହି ସତ୍ୟାଗ୍ରହ ସ୍ଥଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଯୋଗଦେଇଥିଲେ।

ସେହିପରି ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ରଞ୍ଜନ ପଟେଲ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ସ୍ୱଚ୍ଛ ଭାରତ ରାଜ୍ୟ ସଂଯୋଜକ ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share This Article