Breaking News: ପାରାଦ୍ବୀପ ବନ୍ଦରରୁ ଧରାପଡିଲା ୧୧୦୦ କୋଟି ଟଙ୍କାର କୋକେନ

Odisha Hot News
1 Min Read

ପାରାଦ୍ବୀପ: ଆଜି କଷ୍ଟମ୍ ବିଭାଗର ଏକ ବଡ ଧରଣର ଚଢାଉ କରି ନିଶାଦ୍ରବ୍ୟ କୋକେନ ଚାଲାଣ ହେଉଥିବା ବେଳେ ଚଢାଉ କରିଛନ୍ତି। ଏକ ଜାହାଜରେ ଏହି ନାଶାଦ୍ରବ୍ୟ ବୋଝେଇ ହୋଇ ପାରାଦ୍ବୀପ ବନ୍ଦରରେ ଲାଗିଥିଲା। ଏହି ଖବର ପାଇବା ପରେ କଷ୍ଟମ ବିଭାଗ ତରଫରୁ ଏହି ଚଢାଉ କରିଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜାହାଜରୁ ୨୦ ପ୍ୟାକେଟ ପରେ ୫୫ ପ୍ୟାକେଟ କୋକେନ ମିଳିଥିଲା। ଯାହାର ଓଜନ ପ୍ରାୟ ୧ କ୍ବାଣ୍ଟାଲ ୧୦ କେଜି ହେବ ବୋଲି ଜଣାପଡିଛି। ଏହାର ବଜାର ମୂଲ୍ୟ ୧୧୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ଇଣ୍ଡୋନେସିଆରୁ ଏକ ଜାହାଜ ଗତକାଲି ପାରାଦ୍ବୀପ ବନ୍ଦରରେ ଲାଗିଥିଲା।ଏହା ଓଡିଶାରୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିବାର ଜଣାପଡିଛି। ହେଲେ ଖାଲି ଜାହାଜରୁ କେତେକ ପ୍ୟାକେଟ ଆଉ ଏକ ଜାହାଜକୁ ସ୍ଥାନାନ୍ତରିତ ହେଉ ଥିବାର ଖବର ମିଳିଥିଲା।

ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ ଏବଂ କଷ୍ଟମ୍ ବିଭାଗ ଚଢାଉ କରି ଏହି ପ୍ୟାକେଟ ଜବତ କରିଥିଲେ। ପରେ ଜଣାପଡିଥିଲା ଯେ ଏହା କୋକେନ ପ୍ୟାକେଟ। ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ ଏହା ଡେନମାର୍କ ଯିବାକୁ ଥିବା ଜାହାଜରେ ବୋଝେଇ କରାଯାଉଥିଲା। ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ପ୍ରକୃତରେ କେତେ ପ୍ୟାକେଟ କୋକେନ ରହିଛି ତାହାର ପୁରା ବିବରଣୀ ମିଳିପାରି ନାହିଁ।

Share This Article