ନୂଆଦିଲ୍ଲୀ : ବିଭିନ୍ନ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ‘ସ୍ଥିତି ରିପୋର୍ଟ’ରେ ତ୍ରୁଟି ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ସ୍ବୀକାର କରିଛି। ପୂର୍ବରୁ ପ୍ରକାଶିତ ଏହି ରିପୋର୍ଟରେ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ପ୍ରକାଶ ପାଇଥିଲା। ଏହି ତ୍ରୁଟିକୁ ସଂଶୋଧନ କରିଛି ଡବ୍ଲ୍ୟୁଏଚ୍ଓ। ଭାରତରେ ଅନେକ ମାମଲା ସାମ୍ନାକୁ ଆସିଥିଲେ ହେଁ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଏଥିରେ କୁହାଯାଇଛି। କୋଭିଡ୍-୧୯ ପ୍ରଥମେ ଆରମ୍ଭ ହୋଇଥିବା ଚାଇନାରେ ମଧ୍ୟ ମାମଲା ସମୂହ ବୋଲି ଦର୍ଶାଯାଇଛି। ଭାରତରେ କରୋନାରେ ୨୦୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୭୬୧ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣଙ୍କ ଜୀବନ ନେଇଛି ଏହି ଭୂତାଣୁ। ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ଡାଉନ ଘୋଷଣା କରିବା ସହ ସାମାଜିକ ଦୂରତ୍ୱ କଟକଣାକୁ କଡ଼ାକଡ଼ି ପାଳନ କରୁଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ସ୍ତରକୁ ଯାଇ ନ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି।
‘ଭାରତରେ ନାହିଁ ଗୋଷ୍ଠୀ ସଂକ୍ରମଣ’
Leave a Comment
Leave a Comment
- Advertisement -
