ନୂଆଦିଲ୍ଲୀ : ବ୍ୟାଙ୍କ କର୍ମଚାରୀମାନଙ୍କ ବେତନ ସଂଶୋଧନ ଦାବିରେ ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ କରୁଛନ୍ତି। ଫଳରେ ଜାନୁଆରୀ ମାସର ଶେଷଦିନ (୩୧) ଓ ଫେବୃଆରୀ ପହିଲା (୧ ତାରିଖ) ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କର କର୍ମଚାରୀମାନେ ସାମିଲ ହେଉଥିବା ଜଣାପଡିଛି। ଏକାଧିକ ବାର ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍(ଆଇବିଏ) ସହିତ ଆଲୋଚନା ହୋଇଥିବାବେଳେ କୌଣସି ନିର୍ଯ୍ୟାସ ନ ବାହାରିବାରୁ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ପୁଣିଥରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ(ଏଆଇବିଇଏ) କାର୍ଯ୍ୟବନ୍ଦ କରିବାକୁ ଯାଉଥିବା ସଂଗଠନର ମୁଖ୍ୟ ଭେଙ୍କଟଚଲାମ୍ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଇବିଏ ପକ୍ଷରୁ କୁହାଯାଇଛି ଯେ, ସଂଯୁକ୍ତ ବ୍ୟାଙ୍କ ସଂଗଠନ ଫୋରମ୍ ସହିତ ଆଜି ଆଲୋଚନା କରାଯାଇ କର୍ମଚାରୀଙ୍କୁ ପାରଦର୍ଶିତା ଆଧାରରେ ୧୯ ପ୍ରତିଶତ ବେତନ ବୃଦ୍ଧି କରିବାକୁ ରାଜି ହୋଇଥିଲେ ବି ଏହାକୁ ଫୋରମ୍ ଗ୍ରହଣ କରି ନାହାନ୍ତି। ଅନ୍ୟପକ୍ଷରେ ଫୋରମ୍ର ଯୁକ୍ତି ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ଦାବିକୁ ଆଇବିଏ ସହୃଦୟତାର ସହ ବିଚାର କରୁ ନଥିବାରୁ ପୁନର୍ବାର କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।
ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JuliuspreSs on ଭାଗ ନଛିଡ଼ିବରୁ ପିଟା ପିଟି !
- Sylvesterjug on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- Trentonsam on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- shkola onlain_zpOi on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- mostbet_zeKt on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
