ବଙ୍ଗୋପସାଗରରେ ଧିରେଧିରେ ବଳିଷ୍ଠ ହେଉଛି ଅବପାତ, ହୋଇପାରେ ବାତ୍ୟା !!

Odisha Hot News
1 Min Read

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ୍ୟ ଅବପାତ ଧିରେ ଧିରେ ବଳିଷ୍ଠ ହେବାରେ ଲାଗିଛି। ଏହାଦ୍ବାରା ପରବର୍ତ୍ତି ସମୟରେ ଏହା ବାତ୍ୟା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତେବେ ବାତ୍ୟା ସମ୍ଭାବନା ନେଇ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା ନ ଥିଲେ ମଧ୍ୟ ପାଣିପାଗ ବିଶେଷଜ୍ଞ ଏହାକୁ ଏଡାଇ ଯାଇ ନାହାଁନ୍ତି।

ପାଣିପାଗ ବିଭାଗ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତକୁ ରୂପାନ୍ତରିତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଧିରେଧିରେ ଘନିଭୂତ ହେବାରେ ଲାଗିଛି। ଏହାଦ୍ବାରା ଆସନ୍ତାକାଲି 11 ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଶୁକ୍ରବାର ଦିନ ମଧ୍ୟ 7 ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ଆସନ୍ତାକାଲି 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ପୁରୀ ,କେନ୍ଦ୍ରାପଡ଼ା,କଟକ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର, ମାଲକାନାଗିରି, କୋରାପୁଟ, ରାୟଗଡା,ଗଜପତି ଏବଂ କନ୍ଧମାଳ।

Share This Article