ଧନତେରସ୍‌ରେ ସୁନା ଅଳଙ୍କାର ବିକ୍ରି ବୃଦ୍ଧି: କେବଳ ଆସିକାରେ ୧ କୋଟିର କାରବାର

Odisha Hot News
1 Min Read

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଅଞ୍ଚଳର ବିଭିନ୍ନ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନରେ ଶୂକ୍ରବାର ଧନ‌ତେରାସ୍ ଅବସରରେ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦିନ ତମାମ ଜୁଏଲରୀ ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।

ଧନତେରାସରେ ବଜାରରୁ ସୁନା କିଣିଲେ ବର୍ଷସାରା ଲାଭ ହୁଏ ବୋଲି ବିଶ୍ବାସ ରହିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ଜୁଏଲାରୀ ଦୋକାନର ମାଲିକ ବିଭିନ୍ନ ଭେରାଇଟିର ସ୍ଵର୍ଣ୍ଣ ଅଳଙ୍କାର ଆଣିଥିବା ଦେଖିବାକୁ ମିଳିଥିଲା। ଆସିକା ଅଞ୍ଚଳରେ ୭୫୦ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୪୭ହଜାର ଟଙ୍କା ଓ ୯୧୬ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୫୭ ହଜାର ଟଙ୍କା ରହିଥିଲା।

ଧନତେରାସ୍‌ରେ ସୁନା କିମ୍ବା ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ଓ ସୁଖ ଏବଂ ସମୃଦ୍ଧି ମିଳିଥାଏ ବୋଲି ବିଶ୍ବାସ ରହିଛି। ଗୋଟିଏ ଦିନରେ ଆସିକା ଅଞ୍ଚଳରେ ବିଭିନ୍ନ ସ୍ୱର୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନରେ ପ୍ରାୟ ୧ କୋଟି ଟଙ୍କାର କାରବାର ହୋଇଥିବା ଅନୁମାନ କରାଯାଉଛି।

Share This Article