ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ କର୍ମଶାଳା

Odisha Hot News
1 Min Read

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସର ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଟେକ୍‌ଷ୍ଟ ବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରାଣ୍ଡସ୍ ସ୍କେପ୍ ମୁମ୍ବାଇର ଡାଟାଆନାଲିଟିକ୍ ପ୍ରଫେସର ମାନସ କୁମାର ରଥ ଏବଂ କାରଖାନା ଓଡ଼ିଶାର ଏଜୁକେସନ୍ ପ୍ରୋଗ୍ରାମ ମ୍ୟାନେଜର ମିଷ୍ଟର ସୁରଜିତ ପାଲ ବିଷୟ ବିଶାରଦ ରୂପେ ଯୋଗ ଦେଇଥିଲେ। ଏନ୍. ଏଲ୍.ପି. ଓ ଏ.ଆଇ. ମଡେଲର କାର୍ଯ୍ୟଧାରା ଉପରେ ସେମାନେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ଏହି କର୍ମଶାଳାରେ ଭୁବନେଶ୍ଵର ସ୍ଥିତ ସମସ୍ତ ଡିଏଭି ସ୍କୁଲର ସ୍ଥିରିକୃତ ପ୍ରତିଭାସମ୍ପନ୍ନ କମ୍ପ୍ୟୁଟର ବିଦ୍ୟାର୍ଥୀଙ୍କ ଦ୍ଵାରା ୪୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଡିଏଭି ଚନ୍ଦ୍ରଶେଖରପୁର ବିଦ୍ୟାର୍ଥୀଙ୍କ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ଭାବେ ବିବେଚିତ ହୋଇଥିବା ବେଳେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀଙ୍କ ପ୍ରକଳ୍ପ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥ‌ିବା ଅତିଥିମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଏହି କାର୍ଯ୍ୟକ୍ରମରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କମ୍ପ୍ୟୁଟର ବିଭାଗର ମୁଖ୍ୟ ଗୀତାଞ୍ଜଳି ହୋତା ତଥା ପତ୍ରି ସର୍ଗେଶ୍ଵର ରାଓ, ସସ୍ମିତା ରାଉତ ଓ ବିଶ୍ଵମୋହନ ମହାନ୍ତି ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Share This Article