ଆସନ୍ତା ୨୧ ତାରିଖରୁ ବିଧାନସଭା, ଏହା କଣ ଶେଷ ଅଧିବେସନ ହେବ କି ?

Odisha Hot News
0 Min Read

ଭୁବନେଶ୍ବର: ଚଳିତ ନଭେମ୍ବର ୨୧ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେସନ। ଏ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ରାଜ୍ୟପାଳ ରଘୁବର ଦାସ ସମନ ଜାରୀ କରିବା ପରେ ବିଧାନସଭା ତରଫରୁ ବିଜ୍ଞପ୍ତି ବାହାରିଛି।

ଏହି ଅଧିବେସନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରୁ ୨୪ଟି ସରକାରୀ କାର‌୍ୟ୍ୟ ଦିବସ ଥିବା ବେଳେ ୬ ଟି ବେସରକାରୀ ଦିବସ ରହିଛି।

ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେସନ ଶେଷ ଅଧିବେସନ ହେବ ବୋଲି କୁହାଯାଉଛି।

Share This Article