କଟକ ଭୁବନେଶ୍ବରରେ ଆରମ୍ଭ ହେଲା ଭସାଣୀ, ଆଜି ମାଙ୍କୁ ବିଦାୟ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ମା ଦୁର୍ଗାଙ୍କ ଭସାଣୀ। ଆଜି ଭକ୍ତମାନେ ମାଙ୍କୁ ଦେବେ ମେଲାଣି। ସେଥିପାଇଁ ଉଭୟ କଟକ ଭୁବନେଶ୍ବରର ପୂଜା ମଣ୍ଡପ ତରଫରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏପରିକି କେତେକ ପୂଜା ମଣ୍ଡପ ଭସାଣୀ ଉତ୍ସବକୁ ବାହାରି ପଡିଲେଣି।

ଭୁବନେଶ୍ବରରେ ଯେଉଁ ଭସାଣୀ ହେବ ସେଥିରେ ଉଭୟ ନୟାପଲ୍ଲୀ ଏବଂ ସହୀଦ ନଗର ପୂଜାମଣ୍ଡପରେ ସମସ୍ତେ ଏକାଠି ହେବେ। ସେଠାରୁ ଏକାଠି ସମସ୍ତେ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ପରିକ୍ରମା କରି ଦୟା ନଦୀରେ ମାଙ୍କୁ ବିସର୍ଜନ କରିବେ।

ସେହିପରି କଟକରେ ମଧ୍ୟ ଭସାଣୀ ପାଇଁ ପୂଜା ମଣ୍ଡପ ପ୍ରସ୍ତୁତି କରିସାରିଲେଣି। ସେମାନେ ସମସ୍ତେ ଶୋଭାଯାତ୍ରାରେ ଯାଇ ଦେବୀଗଡା ଘାଟରେ ମାଙ୍କୁ ବିସର୍ଜ୍ଜନ କରିବେ। ସେଥିପାଇଁ ଉଭୟ ସହରରେ ସୁରକ୍ଷା ବ୍ୟବସ୍ଥା ପୋଲିସ କମିଶନରେଟ ତରଫରୁ ନିଆଯାଇଛି। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଦେବୀଙ୍କ ବିସର୍ଜ୍ଜନ ଶେଷ ହେବ ବୋଲି ଜଣାପଡିଛି।

Share This Article