ଆଜି ମଣ୍ଡପରେ ମା ଦୁର୍ଗାଙ୍କ ମହାଅଷ୍ଠମୀ, ମହିଳା ଭକ୍ତଙ୍କର ପ୍ରବଳ ଭିଡ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ମଣ୍ଡପରେ ମହାଅଷ୍ଠମୀ ପୂଜା। ଏହିଦିନ ମହିଳାମାନେ ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି। ସେଥିପାଇଁ ଆଜି ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଗହଳି ଲାଗି ରହିଛି। ଆଜି ମହାଅଷ୍ଠମୀ ଉପଲକ୍ଷେ ପୂଜା ମଣ୍ଡପରେ ସ୍ବତନ୍ତ୍ର ପୂଜା କରାଯାଇଛି। ଚାରିଆଡେ ମାଙ୍କ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ରାଜଧାନୀ ଭୁବନେଶ୍ବର।

ତେବେ ଆଜି ସଂଧ୍ୟାରେ ମଣ୍ଡପଗୁଡିକରେ ପ୍ରବଳ ଭିଡ ହେବାର ଅନୁମାନ କରାଯାଉଛି। କାରଣ ଆଉ ଅଳ୍ପ ଦିନ ପରେ ମା ଏ ଧରାପୃଷ୍ଠରୁ ବିଦାୟ ନେବେ। ସେଥିପାଇଁ ସମସ୍ତ ମଣ୍ଡପରଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସଂଧ୍ୟାରେ ବିଭିନ୍ନ ମଣ୍ଡପଗୁଡିକ ରଂଗୀନ ଅଲୋକମାଳାରେ ଝଲସି ଉଠିବା ସହିତ ସୁଉଚ୍ଚ ତୋରଣ ଭକ୍ତଙ୍କୁ ଆକର୍ଷିତ କରିବାରେ ଲାଗିଛି।

Share This Article