ଉତ୍କଳ ସମ୍ମିଳନୀର ୧୨୦ ତମ ବର୍ଷପୂର୍ତ୍ତି, ଡିସେମ୍ବରରେ ହେବ ଓଡିଆ ଅସ୍ମିତା ସମ୍ମିଳନୀ

Odisha Hot News
3 Min Read

ଭୁବନେଶ୍ବର: ଓଡିଆ ଜାତିର ମହାନ ପର୍ବ ଉତ୍କଳ ସମ୍ମିଳନୀର ୧୨୦ ତମ ବର୍ଷପୂର୍ତ୍ତି ଅବସରରେ ଚଳିତ ବର୍ଷ ଡ଼େସେମ୍ବର ମାସ ୩୦ ଓ ୩୧ ତାରିଖ ଦିନ ବିଶ୍ବର ପ୍ରତ୍ଯେକ କୋଣରୁ ମାଟିମନସ୍କ ଓଡିଆ ଭାଇ ଭଉଣୀମାନେ ଐତିହାସିକ କଟକ ସହରରେ ଏକତ୍ର ହୋଇ ପାଳନ କରିବେ ଓଡ଼ିଆଙ୍କ ମହାମିଳନ ପର୍ବ ଓଡିଆ ଅସ୍ମିତା ସମ୍ମିଳନୀ।

ଏହି ପର୍ବରେ ଓଡ଼ିଶାର ୩୦ ଜିଲ୍ଲା, ଦେଶର ୨୮ ରାଜ୍ୟ, ୮ କେନ୍ଦ୍ରଶାସିତ ଅଞ୍ଚଳ ତଥା ୩୫ ଦେଶର ଓଡିଆ ପ୍ରତିନିଧିମାନେ ଯୋଗଦେଇ ଓଡିଆ ଅସ୍ମିତାର ଗୌରବଦୀପ୍ତ ଅଧ୍ୟାୟକୁ ବିଷଦ ଭାବରେ ଆଲୋଚନା କରିବା ସହିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନ, ଦର୍ଶନ ଓ ଦୂରଦୃଷ୍ଟି ବିଷୟରେ ଯୁବ ପିଢିଙ୍କୁ ଅବଗତ କରାଇବା ପାଇଁ ବିଶେଷ ଉପସ୍ଥାପନା ରଖାଯିବ। ୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରୁଥିବାରୁ ଏହାର ସାମଗ୍ରିକ ବିକାଶରେ ଯୁବସମାଜର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଯୁବ ଓଡିଆଙ୍କୁ ସାମିଲ କରାଯିବ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ମଧୁବାବୁଙ୍କ ଅନ୍ତୁଡିଶାଳ ସତ୍ୟଭାମାପୁରରେ ଆଶୀର୍ବାଦ ଗ୍ରହଣ ପର୍ବରୁ ଆରମ୍ଭ ହୋଇଛି। ଦିଲ୍ଲୀ ଓଡିଆ ବୁଦ୍ଧିଜୀବୀ ଫୋରମର ଅଧ୍ୟକ୍ଷ ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଓ ବିଶିଷ୍ଟ ଚିନ୍ତକ ଡଃ ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ତଥା ସମଗ୍ର ବିଶ୍ବରେ ବସବାସ କରୁଥିବା ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବଙ୍କୁ ନେଇ ଏହାର ଆୟୋଜନ କମିଟି ଗଠନ କରାଯାଇଛି।

ସେମାନଙ୍କ ମଧ୍ୟରେ କଟକର ସାଂସଦ ଶ୍ରୀ ଭର୍ତୃହରି ମହତାବ, ବିଶିଷ୍ଟ ସାହିତ୍ୟିକ ଦାସ ବେନହୁର, ପୂର୍ବତନ ମହିଳା ଆୟୋଗର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ଗାନ୍ଧି ଅନୁଗାମୀ ପ୍ରହଲ୍ଲାଦ ସିଂ, ବିଶିଷ୍ଟ ଶିକ୍ଷାବିତ ଡଃ ଅରୁନ୍ଧତୀ ଦେବୀ, ଐତିହାସିକ ଡଃ ନିବେଦିତ ମହାନ୍ତି, ପ୍ରଫେସର ଉଦୟନାଥ ସାହୁ, ଡଃ ବାୟମନ୍ୟୁ ଚର୍ଚ୍ଚି, ଡଃ ଅମରେନ୍ଦ୍ର ଖଟୁଆ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଓଁକାର ନାଥ ମହାନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରୁ କୁକୁ ଦାସ, ଶୁଭେନ୍ଦୁ ବିଶ୍ବାଳ, ଲଣ୍ଡନରୁ ସୁକାନ୍ତ ସାହୁ, ଜୟଶ୍ରୀ ନନ୍ଦ ଅଛନ୍ତି।

ସେହିପରି ବାହାରିନରୁ ଡଃ ଅରୁଣ କୁମାର ପ୍ରହରାଜ, କାନାଡାରୁ ସୁନନ୍ଦା ମିଶ୍ର, ଟରୋଣ୍ଟୋରୁ ପ୍ରଶାନ୍ତ ଭୂୟାଁ, ମାଲୟେସିଆରୁ ଡଃ ବୀଣାପାଣି ପ୍ରଧାନ, ଛତିଶଗଡ଼ରୁ ପ୍ରତାପ କୁମାର ରାଉତ, ଝାଡ଼ଖଣ୍ଡରୁ ଜଗତକିଶୋର ସାମଲ, ଡଃ ଦିନେଶ କୁମାର ଷଡଙ୍ଗୀ, ଗୁଜୁରାଟରୁ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ପ୍ରଫେସର ମହେଶ କୁମାର ଦେ, ବାଙ୍ଗାଲୁରରୁ ତାପସ ରାଜ, ପ୍ରଣବ ପାଣି, ନୂଆଦିଲ୍ଲୀରୁ ଡଃ ସୁବାସିନୀ ବାରିକ, ମୁମ୍ବାଇରୁ ମୈତ୍ରୀ କମିଳା, ଅଜମୀରରୁ ପ୍ରଫେସର ପ୍ରିତିଶ ଆଚାର୍ଯ୍ୟ, ସୁକାନ୍ତ କୁମାର ମହାନ୍ତି, ଦୀପକ ସାମନ୍ତରାୟ, ସନ୍ତୋଷ କୁମାର ମହାରଣା, ଦିଲ୍ଲୀପ କୁମାର ସାମଲ, ପ୍ରଫେସର ସୁରେଖା ସୁନ୍ଦରୀ ସ୍ବାଇଁଙ୍କ ସମେତ କଟକ ତଥା ଓଡ଼ିଶାର ପ୍ରତ୍ଯେକ କୋଣରୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ଆୟୋଜନ କମିଟିରେ ସାମିଲ ହୋଇଛନ୍ତି।

ଗତକାଲି ଅନୁଷ୍ଠିତ ହୋଇଥିବା ଓଡିଆ ଅସ୍ମିତା ସମ୍ମିଳନୀର ଆଶୀର୍ବାଦ ପର୍ବ ମଧୁବାବୁଙ୍କ ଜନ୍ମଭୂମିରୁ ଆରମ୍ଭ ହୋଇ କର୍ମଭୂମି ଶୈଳବାଳା ମହାବିଦ୍ୟାଳୟରେ ସମାପ୍ତ ହୋଇଥିଲା। ଡଃ ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜନ କମିଟି ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟଳୟର ଅଧ୍ୟକ୍ଷାଙ୍କ ସହିତ କାର୍ଯ୍ୟକ୍ରମ ବିଷୟରେ ବିଷଦ ଆଲୋଚନା କରିଥିଲେ। ଏହି ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟକ ଶିକ୍ଷାନୁଷ୍ଠାନ ସାମିଲ ହେଉଥିବା ବେଳେ ଶୈଳବାଳା ମହାବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅଧ୍ୟକ୍ଷା ଓ ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Share This Article