ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

Odisha Hot News
1 Min Read

ଭୁବନେଶ୍ୱର: କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଜୁରାଟର ରାଜକୋଟ୍‍ସ୍ଥିତ ଆରକେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଅଫ୍‍ ସାଇନ୍‍ସ(ଡିଏସି) ଡିଗ୍ରୀ ପ୍ରଦାନ କରାଯାଇଛି। ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି।
ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା ଓ ଗ୍ରାମ୍ୟ ବିକାଶ ମାଧ୍ୟମରେ ଶିଶୁମାନଙ୍କ ସଶକ୍ତିକରଣ ବିଶେଷକରି ଜନଜାତି ଶିଶୁଙ୍କ ସଶକ୍ତିକରଣ କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ନିରବଚ୍ଛିନ୍ନ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୪୮ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ। ଏହା ପୂର୍ବରୁ ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି। କନ୍ଧମାଳରେ ଥିବାରୁ ଶ୍ରୀ ସାମନ୍ତ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ଅନ୍‍ଲାଇନ୍‍ ଗ୍ରହଣ କରିଥିଲେ। ଏଥିରେ ଶ୍ରୀ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଆର କେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଖୋଦିଦାସ ପଟେଲ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share This Article