ନୟାଗଡ଼ରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

Odisha Hot News
1 Min Read

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ କିଶୋରେ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଦିପ୍ତିମୟୀ ଶୁଭଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଗଣିଆ ଉନ୍ନୟନ ପରିଷଦର ଅଧ୍ୟକ୍ଷା ଉଷା ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅନ୍ୟାନ୍ୟ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ସିଡି଼ପିଓ, ସୁପରଭାଇଜର, ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧକୁ ସମାଜରୁ ସମୂଳେ ଉତ୍ପାଟନ କରିବା ପାଇଁ ସବୁ ବର୍ଗର ଲୋକଙ୍କୁ ଏକାଠି ହୋଇ କାମ କରିବା ନିମନ୍ତେ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ପ୍ରତିରୋଧ କରିଥିବା ଦୁଇଜଣ ଶିଶୁ କନ୍ୟାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରି କହିଥିଲେ ଯେ ଏହି ଦୁଇଝିଅଙ୍କ ପରି ଅନ୍ୟମାନେ ବାଲ୍ୟ ବିବାହ ବିରୋଧରେ ଏକାଠି ହେଲେ ଆଗାମୀ ଦିନରେ ଆମେ ବାଲ୍ୟ ବିବାହ ମୁକ୍ତ ଭାରତ ନିଶ୍ଚୟ କରି ପାରିବା। ଏହା ଉପରେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶପଥ ପାଠ କରାଯାଇଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ମହମବତୀ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଓ ଗଣିଆ ଉନ୍ନୟନ ପରିଷଦ ମିଳିତ ଭାବେ ଆୟୋଜନ କରିଥିଲେ।

Share This Article