ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା ରାଗିଂ ବିରୋଧୀ ସପ୍ତାହ କାର୍ଯ୍ୟକ୍ରମ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଗିଂ ନିରୋଧ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କୁଳପତି ଡଃ ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଉଦଘାଟନ କରିଛନ୍ତି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଗିଂ ମୁକ୍ତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ରାଗିଂ ମୁକ୍ତ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି।

ଏତଦବ୍ୟତୀତ ରାଗିଂ ଦେଖି ଚୁପ୍ ରହିବା ସମାନ ଅପରାଧ ବୋଲି ସୁଚାଇବା ସହିତ ସମସ୍ତେ ରାଗିଂକୁ ବିରୋଧ କରିବା ପରାମର୍ଶ ଦେଇଛନ୍ତି। ଏଥି ସହିତ କ୍ୟାମ୍ପସ ପରିସରରେ ସହାୟତା ନଂ ପୋଷ୍ଟର ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ବରିଷ୍ଠ ଆଇନଜୀବି ମୋହନ ସିଙ୍ଗାରୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ରାଗିଂ ମୁକ୍ତ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ଥିଲେ। ଛାତ୍ର କଲ୍ୟାଣ ଅଧିକାରୀ ଗଣେଶ୍ଵର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଡଃ ଶଙ୍କର୍ଷଣ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ପାଇଁ ରାଗିଂ ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

Share This Article