କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ, ବ୍ୟବସାୟୀ ଖୁସି

Odisha Hot News
1 Min Read

ଭୁବନେଶ୍ବର: ଶେଷରେ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ମିଳିଛି। ଏ ନେଇ ଆଜି ସୂଚନା ଦିଆଯାଇଛି। ୨୦୨୧ରେ ଏହି GI ଟ୍ୟାଗିଂ ପାଇଁ ଆବେଦନ କରାଯାଇଥିଲା। କେନ୍ଦ୍ରାପଡାର ରସାବଳୀ ବ୍ୟବସାୟୀ ସଂଘ ତରଫରୁ ଏହି ଆବେଦନ କରାଯାଇଥିଲା। ତାହାକୁ ଅନୁଧ୍ୟାନ କରି ଏହି ଟ୍ୟାଗ ପ୍ରଦାନ କରାଯାଇଛି।

କେନ୍ଦ୍ରାପଡାର ରସାବଳୀ ବେଶ୍ ପ୍ରସିଦ୍ଧ। ଜଗନ୍ନାଥଙ୍କ ଭୋଗ ମଧ୍ୟରୁ ଏହି ରସାବଳୀ ମଧ୍ୟ ଲାଗି କରାଯାଏ। ବିଶେଷ କରି ଏହା ବେଶ ରସାଳ ତଥା ମିଠା। ଫଳରେ ଯେଉଁମାନେ କେନ୍ଦ୍ରାପଡା ଯାଆନ୍ତି ସେମାନେ ନିଶ୍ଚିତ ରସାବଳୀ ଖାଇବାକୁ ଭୁଲନ୍ତି ନାହିଁ। ପ୍ରଭୃ ଶ୍ରୀବଳଦେବ ଜୀୟୁଙ୍କ ପ୍ରମୁଖ ଭୋଗ ହେଉଛି ଏହି ରସାବଳୀ।

ଏହି ଟ୍ୟାଗ ମିଳିବା ପରେ ରସାବଳୀ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Share This Article