ଚିଲିକା ରାଜନୀତି: ଅଣ୍ଡାମାଡ ପରେ ଗସ୍ତକୁ ଜୋରଦାର କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

Odisha Hot News
1 Min Read

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜର ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ। କିଛିଦିନ ତଳେ ବାଣପୁର ବିଷରପାଟଣାରେ ଏକ ଚା’ଖଟିରେ ତାଙ୍କ ଉପରକୁ ଅଣ୍ଡାମାଡ ହୋଇଥିଲା। ଏହାପରେ ସେ ଚିଲିକାର ବିଭିନ୍ନ ସ୍ଥାନ ବୁଲିବା କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିଛନ୍ତି।

ନିକଟରେ ସେ ବାଣପୁର କେଶପୁର ଗ୍ରାମରେ ଆୟୋଜିତ ଭାଗବତ ଜନ୍ମ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ସେ ଗମ୍ଭାରୀମୁଣ୍ଡା କୁଲେଇ ଗ୍ରାମର ଚା ଖଟିରେ ଯୋଗ ଦେଇଛନ୍ତି। ତାଙ୍କ ବିରୋଧୀ ଭାବି ଥିଲେ ଯେ, ରଘୁନାଥଙ୍କ ଉପରକୁ ଅଣ୍ଡାମାଡ ପରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ରୋକ ଲାଗିବ। ହେଲେ ତା ପରିବର୍ତ୍ତି ଏହା କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ରଘୁନାଥ ସାହୁ।

Share This Article