କେନ୍ଦ୍ରାପଡାରେ ପାଳିତ ହେଲା ଓଡିଶା ନାଟ୍ୟ ସଂଘ ଦିବସ

Odisha Hot News
2 Min Read

କେନ୍ଦ୍ରାପଡା: ଗତକାଲି ୩୬ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ଉପଲକ୍ଷେ ଓଡ଼ିଶା ନାଟ୍ୟ ସଂଘର ଆହ୍ବାନ କ୍ରମେ କେନ୍ଦ୍ରାପଡ଼ାର ଅଗ୍ରଣୀ ନାଟକ ସଂଗଠନ ତୁଳସୀ କଲଚରାଲ ଆସୋସିଏସନ୍ ପକ୍ଷରୁ ଗଣମାହାଲସ୍ଥିତ ଶ୍ରୀ ବିନୋଦ ବିହାରୀ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଓଡ଼ିଶା ନାଟ୍ୟ ସଂଘ, ଭୁବନେଶ୍ୱର ର ଆହ୍ବାନ କ୍ରମେ ଓଡ଼ିଶା ର ସମସ୍ତ ଜିଲ୍ଲାର ମୁଖ୍ୟ ତଥା ଅଗ୍ରଣୀ ସଂଗଠନ ମାନେ ଏହି ଦିବସ ପାଳନ କରନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ତୁଳସୀ କଳଚରାଲ ଆସୋସିଏସନ୍ କୁ ଏହି ଦିବସ ପାଳନ କରିଛି। ଓଡିଶା ନାଟ୍ୟ ସଂଘ ଦିବସ ର ପତାକା ଉତ୍ତୋଳନ ସହ ନାଟ୍ୟ ଦିବସ ବିଷୟରେ ଆଲୋଚନା କରାଯାଇଥିଲା।

ନାଟକ ହେଉଛି ଏମିତି ଏକ କଳା ଯାହା ସମସ୍ତଙ୍କୁ ହୃଦୟରୁ ବାନ୍ଧି ରଖିଥାଏ। ଆମ ପରବର୍ତ୍ତୀ ପିଢ଼ି କିପରି ଏହି ନାଟକ କୁ ଆଗକୁ ବଢାଇ ନିଅନ୍ତୁ ତାଙ୍କୁ ଆହ୍ବାନ ଏବଂ ଉତ୍ସାହିତ କରାଯାଇଥିଲା। ନାଟକ ହେଉଛି ସମାଜର ଏକ ଦର୍ପଣ। ଜୀବନରେ ସମସ୍ତେ ଜଣେ ଜଣେ କଳାକାର ଏବଂ ସମସ୍ତେ ନାଟକ ମଧ୍ୟରେ ଅଛନ୍ତି। ନାଟକ ହେଉଛି ଏମିତି ଏକ ଜିନିଷ ଯାହାକୁ ନିଜ ଅସଲ ଜୀବନରେ ମଧ୍ୟ କାର୍ଯ୍ୟକାରୀ କରିବା ନିହାତି ଦରକାର। ଏହିପରି ସଂଗଠନ ର ନାଟୁଆ କଳାକାର ମାନେ ନିଜ ନିଜ ମତାମତ ଦେଇଥିଲେ।

ଏଥି ସହ ଆଗାମୀ ଦିନରେ ହେବାକୁ ଥିବା ନାଟକ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ରନାଥ ରଥ, ସମ୍ପାଦକ କୈଳାସ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ ନିରଞ୍ଜନ ଦାସ, ଗଙ୍ଗାଧର ପାତ୍ର, ଜ୍ଞାନରଞ୍ଜନ ନାୟକ, ଶାନ୍ତନୁ କୁମାର ମଲ୍ଲିକ, ଅକ୍ଷୟ କୁମାର ସେନାପତି, ମହେନ୍ଦ୍ର କୁମାର ସୁଆର, ଐଶୂର୍ୟ୍ଯ ରଞ୍ଜନ ଜେନା, ସଂଯୁକ୍ତା ଦାଶ, ଗୌତମ କୁମାର ସାହୁ, ପ୍ରତୀକ ଅନୁରାଗ ଦାଶ, ବିଷ୍ଣୁପ୍ରିୟା ସାମଲ, ଅମରେଶ ରଥ, ଅଶୋକ କୁମାର ସାହୁ, ନିରଞ୍ଜନ ବେହେରା, ପ୍ରମୋଦ କୁମାର ବେହୁରା, ୧୮ ନମ୍ବର ୱାର୍ଡର କାଉନସିଲର ସୁକୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Share This Article