କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧାରଣାରତ ଓଡିଶା ଆୟୁଷ ଛାତ୍ରଛାତ୍ରୀ, ଦାବୀ ପୁରଣ ପାଇଁ ଅନୁରୋଧ

Odisha Hot News
2 Min Read

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ଟ୍ରାନ୍ସପୋର୍ଟ ଭବନ ରେ କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସାନୁୱାଲ ଙ୍କ ସହିତ ଓଡ଼ିଶାର ଆୟୁଷ ଛାତ୍ର ଛାତ୍ରୀ ଙ୍କଏକ ପ୍ରତିନିଧି ଦଳ ସାକ୍ଷାତ ଆଲୋଚନା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଙ୍କ ଉପସ୍ଥିତ ରେ ଏହି ପ୍ରତିନିଧି ଦଳ ପକ୍ଷରୁ ହୋମିଓପ୍ୟାଥିକ ପ୍ରତିନିଧି ଭାବେ ଡା ନିଶିକାନ୍ତ ଆଚାର୍ଯ୍ୟ, ଡା ପୀୟୂଷ କୁମାର ବାରିକ,ଡା ହିତେଶ କୁମାରଗିରି, ଡାସନ୍ତୋଷ ସାହୁ,ଡା ସୁକଦେବ ଦାସ,ଡା ମନୋଜ ହାଲଦାର ଆୟୁର୍ବେଦ ପ୍ରତିନିଧି ଦଳ ପକ୍ଷରୁ ଡା ଶ୍ରେୟା ଶର୍ମା, ଡା ଆଶୁତୋଷ ପ୍ରଧାନ, ଡା ନିତେଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଆୟୁଷ ବର୍ତ୍ତମାନ ଅଧପତନ ସ୍ଥିତି ଉପରେ ଆଲୋଚନା କରିବା ସହିତ ଏକ ନିବେଦନ ପତ୍ର ପ୍ରଦାନ କରିଥିଲେ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଆଲୋଚନା କରି କହିଥିଲେ କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ପକ୍ଷରୁ ରାଜ୍ୟର ଆୟୁଷ ର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇଛି ଏଥିରେ ଆୟୁଷ ହସ୍ପିଟାଲର ଉର୍ଣ୍ଣତି, ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ର ଭିତ୍ତିଭୂମି ବିକାଶ, ରାଜ୍ୟ ଆୟୁଷ ପଦ୍ଧତି ର ଉର୍ଣ୍ଣଟି ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଦିଆଯାଇଛି ମାତ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଠିକ ରୂପେ ପରିଚାଳନା ନ କରିବା ଦ୍ୱାରା ଅର୍ଥ ଫେରି ଆସୁଥିବା ପ୍ରକାଶ କରିଥିଲେ।ଏ ସମ୍ପର୍କରେ ଏକ ରିପୋର୍ଟ ସେ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କୁ ପଠାଇଥିବା ଜଣାଯାଇଛି।

ରାଜ୍ୟରେ ଆୟୁଷ ର ବିପର୍ଯ୍ୟୟ ସ୍ଥିତି କାରଣରୁ ଦୀର୍ଘ୧୫ଦିନ ଧରି ଆନ୍ଦୋଳନ କରିଥିବା ସମସ୍ତ ସରକାରୀ ଆୟୁଷ ଛାତ୍ର ଛାତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଆୟୁଶ ନିର୍ଦେଶକଙ୍କୁ ଗତ୧୬ତାରିଖରେ ସାକ୍ଷାତ ଆଲୋଚନା କରିବା ପରେ ସେମାନ ଧର୍ମଘଟ ବନ୍ଦ କରି ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ।

ଗୋଟିଏ କାର୍ଯ୍ୟ ଦିବସରେ ଦାବୀ କୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି କୁ ପଠାଇ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ କହିଥିଲେ ମଧ୍ୟ କେବଳ ଆୟୁଷ ଛାତ୍ର ଛାତ୍ରୀ ଙ୍କ ଦାବୀ କୁ ମନ୍ତ୍ରୀ ସ୍ତରର କମିଟି କୁ ପ୍ରେରଣ କରି ଆୟୁଷ ଛାତ୍ର ଛାତ୍ରୀ ଙ୍କୁ ଦେଖା ଦେଉ ନ ଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ ଆସନ୍ତା୨୫ତାରିଖ ଠାରୁ ପୁନଶ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜଛାତ୍ର ଛାତ୍ରୀ, ହସ୍ପିଟାଲରେ କାର୍ଯ୍ୟରତ ଆୟୁଷ ହାଉସ ସର୍ଜନ ଭୁବନେଶ୍ୱର ରାଜରାସ୍ତା କୁ ଆସି ଲୱେର ପି ଏମ ଜି ଠାରେ ସେମାନଙ୍କ ନ୍ୟାଯ ଅଧିକାର ପାଇଁ ଧାରଣା ଓ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଗତ କାଲି ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ କୁ ଲିଖିତ ଭାବେ ଜାଣଇଛନ୍ତି।

ଏହି ଆୟୁଷ ଛାତ୍ରଛାତ୍ରୀଙ୍କୁ ଦାବୀ ପ୍ରତି ରାଜ୍ୟର ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି।

Share This Article