ମଠ ମନ୍ଦିରରୁ ଚୋରି, ଅଭିଯୁକ୍ତ ଗିରଫ

Odisha Hot News
1 Min Read

କୁଜଙ୍ଗ: କୁଜଙ୍ଗ ପୋଲିସ୍ ଗତକାଲି ମଠ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରିକରୁଥିବା ଅଭିଯୋଗରେ ବାଲିଆ ପଂଚାୟତ ପାନପଲ୍ଲି ଗ୍ରାମର ବିଦ୍ୟାଧର ସ୍ୱାଇଁଙ୍କୁ ପୋଲିସ୍ ଗିରଫ କରିଛି। ବିଦ୍ୟାଧର ନାମରେ ପୂର୍ବରୁ ଅନେକ ଥାନାରେ ଚୋରି ମାମଲା ଥିବା କୁଜଙ୍ଗ ଥାନଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ବିଦ୍ୟାଧର ପୁରୀ ସମେତ ବିଭିନ୍ନ ମଠ ମନ୍ଦିରରେ ମଠରୁ ଦାମି ଅଳଙ୍କାର, ହୁଣ୍ଡିରେ ଥିବା ଟଙ୍କା ଭଳି ଅନେକ ଦାମି ସାମଗ୍ରୀ ଚୋରିକରି ରାଜ୍ୟ ବାହାରେ ବିକ୍ରୟ କରିଥାନ୍ତି।

ପ୍ରକାଶ ଯେ, ଗତ କିଛିଦିନ ତଳେ କୁଜଙ୍ଗସ୍ଥିତ ସନ୍ତରା ଶିରିଡ଼ି ସାଇମନ୍ଦିରରୁ ବିଦ୍ୟାଧର ଓ ତାର ସହଯୋଗୀ କୋଚିଳା ବେଦୀ ଗ୍ରାମର ଦେବେନ୍ଦ୍ର ପଣ୍ଡା ଚୋରି କରିଥିଲେ। ଏହି ଘଟଣାରେ ଦେବେନ୍ଦ୍ରକୁ ପୋଲିସ୍ ତତ୍‌କ୍ଷଣାତ୍ ରାହାମା ଅଂଚଳରୁ ଗିରଫ କରି ତା ନିକଟରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ବିଦ୍ୟାଧର ସେହିଦିନୁ ଫେରାର ଥିଲା। ଗତକାଲି କୁଜଙ୍ଗ ପୋଲିସ୍ ବିଭିନ୍ନ ଅଂଚଳରେ ଚଢାଉ କରି ବିଦ୍ୟାଧରକୁ ଗିରଫ କରିବାରେ ସଫଳ ହୋଇଛି।

Share This Article