ଭିଜିଲାନ୍ସ ପଞ୍ଝାରେ ବାଲୁଗାଁ ଅବକାରୀ ଏଏସଆଇ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅବକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଶ୍ରୀ ଦାସଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ତତ୍ପର ହୋଇଉଠିଛି ଓଡ଼ିଶା ଭିଜିଲାନ୍ସ। ଆଜି ସକାଳୁ ଓଡିଶା ଭିଜିଲାନ୍ସର ୪ ଡ଼ିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମାନେ ଏକକାଳୀନ ଭାବେ ଶ୍ରୀ ଦାସଙ୍କ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ବାଲୁଗାଁ ଭଡ଼ା ସୂତ୍ରରେ ରହୁଥିବା ଘରେ, ନୟାଗଡ଼ ସ୍ଥିତ ନିଜ ବାସଭବନ ଓ ନୟାଗଡସ୍ଥିତ ଭଡ଼ା ସୂତ୍ରରେ ରହୁଥିବା ଘରେ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦୀପ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ।

ସୂଚନା ଥାଉକି ସୁଦୀପ୍ତଙ୍କ ଛଅ ମାସ ତଳେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ବଦଳି ହୋଇଥିଲା।

Share This Article