ସୁଭଦ୍ରା ଯୋଜନାରେ ଆଜି ଆସିବ ଏକ ଟଙ୍କା, ଆପଣଙ୍କ ମୋବାଇଲ ଯାଞ୍ଚ କରନ୍ତୁ

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଗୋଟିଏ ଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷା ମୂଳକ ଭାବେ ଆଜିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି।

ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପଠାଯିବ। ବୁଧବାର ଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ।  ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।

Share This Article