ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ବିଜୟୀ ଅଧ୍ୟକ୍ଷ ମାନଙ୍କ ନାମ ନିର୍ବାଚନ ଅଧିକାରୀ ମାନଙ୍କ ଦ୍ୱାରା ଘୋଷଣା କରାଯାଇଛି । ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଜଗଦଳପୁର ପଞ୍ଚାୟତ ସମିତି ସଭ୍ୟା ଉର୍ମିଳା ନାୟକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତିହିଡ଼ି ବ୍ଲକର କାଁପଡ଼ା ସମିିତି ସଭ୍ୟା ଅବନ୍ତୀ ଦାସ ୧୬ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦୀ ମୁକୁନ୍ଦପୁର ସମିତି ସଭ୍ୟ ଶୁକଦେବ ମଳିକଙ୍କୁ ୧ ଖଣ୍ଡ ଭୋଟରେ ପରାଜିତ କରି ବିଜୟ ଲାଭ କରିଛନ୍ତି । ଧାମନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ରଇପୁର ସମିତି ସଭ୍ୟା ଶର୍ମିଷ୍ଠା ବେହେରା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ବନ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଗୋପୀନାଥପୁର ସମିତି ସଭ୍ୟ ମନରଞ୍ଜନ ଘଡ଼େଇ ୨୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ପ୍ରତିଦ୍ୱନ୍ଦୀ ପ୍ରେମାନନ୍ଦ ନାୟକ ୫ ଖଣ୍ଡ ଭୋଟପାଇଁ ହାରିଯାଇଛନ୍ତି । ଚାନ୍ଦବାଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଓରାସାହି ସମିତି ସଭ୍ୟା ମିନତୀ ସୂତାର ୨୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ ପ୍ରତିଦ୍ୱନ୍ଦୀ ମିନତୀ ଦାସ ୫ ଖଣ୍ଡ ଭୋଟ ପାଇ ହାରିଯାଇଛନ୍ତି । ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ବରଣ୍ଡୁଆ ସମିତି ସଭ୍ୟ ନଗେନ୍ଦ୍ର ବିଶ୍ୱାଳ ୨୬ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦୀ ବୁଲୁ ବିନ୍ଧାଣୀଙ୍କୁ ୧୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଭଣ୍ଡାରିପୋଖରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ରଣଜିତ୍ ସମିତି ସଭ୍ୟ ସୁମତୀ ସେଠୀ ୧୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟତମ ଦୁଇ ପ୍ରତିଦ୍ୱନ୍ଦୀ ଜୟନ୍ତୀ ବେହେରା ୪ ଖଣ୍ଡ ସୁପ୍ରିୟା ସେଠୀ ୨ ଖଣ୍ଡ ଭୋଟ ପାଇ ହାରିଯାଇଛନ୍ତି ।
ଉଲ୍ଲେଖ ଯୋଗ୍ୟ କି ଆଜିର ଏହି ନିର୍ବାଚନ ପାଇଁ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ଅନୁଯାୟୀ ପୂର୍ବାହ୍ନଣ ଘ.୧୦.୩୦ ମି ରୁ ଘ.୧୧.୩୦ ମିନିଟ ମଧ୍ୟରେ ମନୋନୟନ ପତ୍ର ଦାଖଲ, ଘ.୧୧.୩୦ ରୁ ଅପରାହା୍ଣ ଘ.୧୨.୩୦ ମଧ୍ୟରେ ମନୋନୟନ ପତ୍ର ଯାଞ୍ଚ, ଅପରାହ୍ଣ ଘ.୧ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଅପରାହ୍ଣ ଘ.୧.୩୦ରୁ ଘ.୪ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଓ ଭୋଟ ଗ୍ରହଣ ପରେ ଗଣତି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା । ଏହି ଫଳାଫଳ ଘୋଷଣା ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ନବ ନିର୍ବାଚିତ ଜିଲା ପରିଷଦ ସଭ୍ୟ ତଥା ବିଜେଡି ଜିଲା ଉପସଭାପତି ମଳୟ ଜେନା, ବିଜେଡି ନେତା ପ୍ରଭାତ ଜେନା ଓ ନବ ନିର୍ବାଚିତ ଭଦ୍ରକ ବ୍ଳକ୍ ଅଧ୍ୟକ୍ଷାଙ୍କ ପୁତ୍ର ଇଂ ପ୍ରିୟବ୍ରତ ସାମଲ ବିଜୟୀ ପ୍ରାର୍ଥିନୀ ଉର୍ମିଳା ନାୟକଙ୍କ ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବାସଭବନରେ ଏକ ବିଜୟ ଉତ୍ସବ ପାଳନ କରିଥିଲେ । ଏଥିରେ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କୁ ବହୁ ସ୍ଥାନୀୟ ନେତା ଓ କର୍ମୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷିତ – Fast News Network

Comment