ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମଙ୍କ “ରାମ୍” ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ରାହୁଲ ଦେବ

Odisha Hot News
2 Min Read

ଭୁବନେଶ୍ଵର: କିଛି ଦିନର ନୀରବତା ପରେ ଓଲିଉଡ଼ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ରୟ ଏଇ ଦଶହରା ରେ “ରାମ୍” ଅବତାରରେ କମ୍ ବ୍ୟାକ୍ କରୁଛନ୍ତି। ‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାକୁ ଦ୍ବିଗୁଣିତ ଉତ୍ସବ ମୁଖର କରିବା ସହିତ ଓଲିଉଡ଼ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଛନ୍ତି।

ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ର ସୁଟିଂ ସମୟରୁ ହିଁ ଇତିହାସ ସୃଷ୍ଟି କରିଛି।  ଏକା ସାଙ୍ଗରେ ଦୁଇଟି ୟୁନିଟରେ ସୁଟିଂ ଚାଲିଥିବା ବେଳେ ୬ ଟି କ୍ୟାମେରାରେ ସୁଟିଂ ହେଉଛି। ଯାହା ଓଲିଉଡ଼ ସିନେ ଜଗତ ପାଇଁ ନିଶ୍ଚିତ ଭାବେ ନୂଆ କଥା।

ଗୋଟିଏ ୟୁନିଟରେ ଫାଇଟ୍ ଦୃଶ୍ୟ ଏବଂ ଦ୍ଵିତୀୟ ୟୁନିଟରେ ବଲିଉଡ ଅଭିନେତା ରାହୁଲ ଦେବଙ୍କ ଦୃଶ୍ୟ ସୁଟିଂ ହେଉଛି। କିଛି ଦିନ ତଳେ ଚଳଚ୍ଚିତ୍ର ର ନାଁ “R. A. M (ରାମ) ରଖାଯାଇଥିବା ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ଥିଲା ଏବଂ ଏହି ‘ରାମ’ ଚଳଚ୍ଚିତ୍ର ନାମ ଘୋଷଣା ଏକ ବର୍ଣ୍ଣାଢ୍ୟ ପରିବେଶରେ ହୋଇଥିଲା। ଏଥର ବଲିଉଡ୍ ଅଭିନେତା ରାହୁଲ୍ ଦେବଙ୍କ ଧମାକାଦାର ଏଣ୍ଟ୍ରୀ ଓଡିଆ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି।

ଫିଲ୍ମଟି ଦଶହରାରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ କଟକ, ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ସୁଟିଙ୍ଗ ଚାଲିଛି। ଗୀତ ଗୁଡିକର ରେକର୍ଡିଂ ମଧ୍ୟ ଶେଷ ହୋଇଯାଇଛି। ଅସାଦ ନିଜାମ ଓ ଲିଙ୍କନ୍ ଙ୍କ ଦମଦାର ମ୍ୟୁଜିକ୍ ଦଶହରା ମାହୋଲକୁ ସରଗରମ ନିଶ୍ଚୟ କରିବ ବୋଲି ଶ୍ରୋତା ଆଶା କରିଛନ୍ତି।

ଅରିନ୍ଦମ ରୟ ଙ୍କ କମ୍ ବ୍ୟାକ୍ କୁ ନେଇ ସମସ୍ତେ ଶୁଭେଚ୍ଛା ଜଣାଇବା ସହିତ ଓଲିଉଡ଼ରେ ରାମ୍ ଚଳଚ୍ଚିତ୍ର ଚହଳ ସୃଷ୍ଟି କରୁ ସମସ୍ତେ ଏଇ କାମନା କରୁଛନ୍ତି। ରାମ୍ ବିଗ ବଜେଟର ସିନେମା ହୋଇଥିବାରୁ ପ୍ରଚାର ପ୍ରସାରରେ ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଵେଶ୍ ତତ୍ପର ରହିଛନ୍ତି। ଓଡିଶା ଦର୍ଶକ ଦେଖିବେ ସଵଠୁ ବ୍ୟୟ ଵହୁଳ ଓଡ଼ିଆ ଆକ୍ସନ ଚଳଚ୍ଚିତ୍ର।

Share This Article