ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହେଲା ଓଡିଆ ଫିଲ୍ମ ‘ପ୍ରତୀକ୍ଷା’, ମିଳିବ ଏତିକି ଟଙ୍କା

Odisha Hot News
1 Min Read

ଭୁବନେଶ୍ବର: ଓଡିଆ ଚଳଚିତ୍ର ପ୍ରତୀକ୍ଷା କୁ ମିଳିବ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର। ଆଜି ନୂଆଦିଲ୍ଲୀରେ ଘୋଷଣା କରାଯାଇଥିବା ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ଏହା କୁହାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀ କରି ଚଳଚିତ୍ର ପୁରସ୍କାରର ତାଲିକା ଘୋଷଣା କରିଛନ୍ତି।

ଏହି ଚଳଚିତ୍ରଟି ରଜତ କମଲ ପୁରସ୍କାର ପାଇବ। ଏଥିସହିତ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଯୋଜନା ସଂସ୍ଥାକୁ ପ୍ରଦାନ କରାଯିବ। ଏହି ପୁରସ୍କାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ତରଫରୁ ନିର୍ମିତ ପ୍ରତୀକ୍ଷା ଚଳଚିତ୍ରଟିର ନିର୍ଦ୍ଦେଶକ ହେଇଛନ୍ତି ଅନୁପମ ପଟ୍ଟନାୟକ। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ‘ପ୍ରତୀକ୍ଷା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ରହିଛନ୍ତି।

‘ପ୍ରତୀକ୍ଷା’ରେ ଦୀପନ୍ବିତା ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Share This Article