ଚନ୍ଦ୍ରଯାନ ସଫଳତା ନେଇ ଆମେରିକାରେ ବାଲୁକା କଳା କଲେ ସୁଦର୍ଶନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ଚନ୍ଦ୍ରଯାନ-3 ର ସଫଳତା ସାରା ବିଶ୍ବ ଅନେଇ ରହିଛି। ଏହା କିପରି ଚନ୍ଦ୍ରପୃଷ୍ଠରେ ଅବସ୍ଥାନ କରିବ ସେ ନେଇ ସାରା ଦେଶରେ ଆରମ୍ଭ ହୋଇଯାଇଛି ଉତ୍ସୁକତା। ଅନେକ ସ୍ଥାନରେ ମଧ୍ୟ ଚାଲିଛି ପୂଜାପାଠ। ଏହିପରି ପରିସ୍ଥିତିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରୁ ଏହାର ସଫଳତା କାମନା କରିଛନ୍ତି।

ବାଲୁକା କଳା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆମେରିକା ଗସ୍ତରେ ଥିବା ସୁଦର୍ଶନ ସେଠାରେ ନିର୍ମାଣ କରିଛନ୍ତି ଏକ ବାଲୁକା କଳା। ସେ ସେଠାରେ 25 କିଲୋ ବାଲିରେ ନିର୍ମାଣ କରିଛନ୍ତି ଚନ୍ଦ୍ରଯାନ3 ର ସଫଳତା କଳା। ଏଥିରେ ସେ ଚନ୍ଦ୍ରପୃଷ୍ଠର ଛବି କଳାମାଧ୍ୟମରେ କରିଥିବା ବେଳେ ଭାରତର ଜାତୀୟ ପତାକାକୁ ସ୍ଥାପନ କରିଛନ୍ତି। ଏଥିରେ ସେ ଜୟ ହୋ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ଏହି ବାଲୁକା କଳା କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ 45 ମିନିଟ ସମୟ ଲାଗିଥିଲା।

Share This Article