ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ମାମଲା, ଡିଆଇଜି ବ୍ରିଜେଶ ରାୟଙ୍କର ପୋଲିସ ମୁଖ୍ୟାଳୟକୁ ବଦଳି

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଦେବା ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କ ପାଇଁ ମହାଙ୍ଗା ପଡିଛି। ଆଜି ରାଜ୍ୟ ସରକାର ତାଙ୍କୁ ତୁରନ୍ତ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବ୍ରିଜେଶଙ୍କ ପତ୍ନୀ ଜଣେ ହୋମଗାର୍ଡଙ୍କୁ ଘରେ କାମ କରାଇବା ସହିତ ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଥିଲା।

ଘଟଣାରୁ ଜଣା ପଡିଛି ଯେ, ମହିଳା ହୋମ ଗାର୍ଡ ସୌରନ୍ଦ୍ରୀ ସାହୁଙ୍କୁ ଡିଆଇଜି ତାଙ୍କ ଘର କାମ କରିବାରେ ନିୟୋଜିତ କରିଥିଲେ। ସେ ଘରର ସମସ୍ତ କାମ କରୁଥିଲେ ମଧ୍ୟ ସାମାନ୍ୟ ଭୁଲ ପାଇଁ ଡିଆଇଜିଙ୍କ ପତ୍ନୀ ନିର୍ଯ୍ୟାତନା ଦେଉଥିଲେ। ତାଙ୍କ ଚାକିରୀ ନେଇଯିବେ ବୋଲି ଧମକ ଦେଉଥିଲେ।

ଏଥିରେ ଅତିଷ୍ଠ ହୋଇ ସାହୁ ଆତ୍ମହତ୍ୟା କରିବାକୁ ଚେଷ୍ଠା କରିଥିଲେ। ହେଲେ ସେଥିରେ ତାଙ୍କର ଜୀବନ ବଞ୍ଚିଯାଇଥିଲେ ମଧ୍ୟ ସେ ସବୁଦିନ ପାଇଁ ଦୁଇଟି ଗୋଡ ହରାଇ ବସିଲେ। ଏହି ଖବର ପାଇବା ପରେ ରାଜ୍ୟ ସରକାରଙ୍କ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Share This Article