ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ଟାଉନ ପୋଲିସ

Odisha Hot News
1 Min Read

ପୁରୀ: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ବାସେଳୀସାହି ଥାନା ଅଞ୍ଚଳର ଗଣେଶ ମହାନ୍ତି(୨୫), ଆଶିଷ କୁମାର ରଥ(୨୧), ଅଜୟ ନାୟକ(୨୦), ଟାଉନ ଥାନାର ବାପିନା ସାହୁ (୨୨) ଏବଂ କଟକ ବିଡାନାସି ଥାନା ଅଞ୍ଚଳର ବିକ୍ରମ ପ୍ରଧାନ(୨୫)।

ଅଭିଯୁକ୍ତ ମାନେ ଗତ ୧୧ ତାରିଖ ଦିନ ଟାଉନ ଥାନା ମାର୍କଣ୍ଡେଶ୍ୱର ସାହିର ସନ୍ତୋଷ କୁମାର ରାଉତ(୨୬) ଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଦୋଳମଣ୍ଡପ ସାହି ଠାରେ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାଙ୍ଗଙ୍କ ପକେଟରୁ ୫୦୦୦ ଟଙ୍କା ଲୁଟି ଫେରାର ହୋଇଯାଇ ଥିଲେ।

ଉକ୍ତ ଆକ୍ରମଣ ଦ୍ୱାରା ସନ୍ତୋଷ ଗୁରୁତର ଆହତ ହେବାସହ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା କ୍ଷ ଫଳରେ ସେ ମେଡିକାଲ ରେ ଚିକିତ୍ସାତ ହେଉଥିବା ବେଳେ ତାଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୨୮୫/୨୩ ରେ ମାମଲା ରୁଜୁ କରି ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଜାରି ରଖିଥିଲା।

ଆଜି ସମସ୍ତ ଅଭିଯୁକ୍ତଙ୍କୁ କଟକ ବିଡାନାସି ଥାନା ଅନ୍ତର୍ଗତ ସୁଭଦ୍ରା ନଗରରୁ ଗିରଫ କରାଯାଇଥିବା ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Share This Article