ଦିନକ ପରେ ସ୍ବାଧୀନତା ଦିବସ, ଭୁବନେଶ୍ବରରେ ସରିଲା ଅଭ୍ୟାସ

Odisha Hot News
1 Min Read

ଭୁବନେଶ୍ବର: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୭ତମ ସ୍ବାଧୀନତା ଦିବସ। ଏହି ଉପଲକ୍ଷେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ଉତ୍ସବ ହେବ। ସେଥିପାଇଁ ଆଜି ରାଜ୍ୟ ପୋଲିସ ତରଫରୁ ଅଭ୍ୟାସ କରିଯାଇଛି। ଏଥିରେ ଭୁବନେଶ୍ବର ପୋଲିସ କମିଶନର ଏବଂ ପୋଲିସ ଡିଜି ଯୋଗ ଦେଇ ତଦାରଖ କରିଥିଲେ।

ଚଳିତ ବର୍ଷ ଚାରୋଟି କଣ୍ଟିଜେଣ୍ଟ ଏହି ପାରେଡରେ ଭାଗ ନେବେ। ତେବେ ଏଥର ଛତିଶଗଡର ଏକ କଣ୍ଟିଜେଣ୍ଟ ଓଡିଶା ଉତ୍ସବରେ ଯୋଗଦେବେ। ଏ ସଂପର୍କରେ ପୋଲିସ ଡିଜି କହିଛନ୍ତି ଯେ, ଏଥର ଓଡିଶା ଛତିଶଗଡକୁ ଏବଂ ଛତିଶଗଡ ଓଡିଶାକୁ ପୋଲିସ ଫୋର୍ସ ବିନିୟମ କରାଯାଇଛି। ତେବେ ଏଥର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ଭାଗ ନେବା ପାଇଁ ବନ୍ଦୋବସ୍ତ କରାଯାଇ ନାହିଁ।

ମଙ୍ଗଳବାର ଦିନ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପାରେଡ ଅଭିବାଦନ ଗ୍ରହଣ କରିବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

Share This Article