ଭୁବନେଶ୍ବରରେ ଅଗ୍ନିକାଣ୍ଡ, ଧୂଆଁ ଭିତରୁ ତିନି ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ଭୋରରୁ ରାଜଧାନୀରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି। ଚନ୍ଦ୍ରଶେଖରପୁରର ନନ୍ଦନ ବିହାରର ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭୋରରୁ ଏହି କୋଠାରୁ ଧୂଆଁ ବାହାରୁ ଥିବାର ଲୋକେ ଦେଖିବା ପରେ ଭୟଭୀତ ହୋଇପଡିଥିଲେ। ଏହାପରେ ସେହି ଘରଭିତରୁ ପାଟି ଶୁଭିବାରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ସେମାନେ ଆସିବା ପରେ ସିଡି ସାହାଯ୍ୟରେ ତିନିଜଣଙ୍କୁ ଘରଭିତରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହି କୋଠାରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ତିନିଜଣ ଧୂଆଁରେ ଶ୍ବାସରୁଦ୍ଧ ହୋଇଥିବାର ଜଣାପଡିଥିଲା। ଶୋଇଥିବା ବେଳେ ଏହା ଘଟିଥିବାରୁ ସେମାନେ ଏହି ଘଟଣା ଜାଣିପାରି ନ ଥିଲେ।

Share This Article