ଦିଲ୍ଲୀରେ ହେଲା ବନ୍ୟା, ମୁମ୍ବାଇରେ ବ୍ୟସ୍ତ ହେଲେ ଅଭିନେତ୍ରୀ ଜାହ୍ନବୀ କପୁର

Odisha Hot News
1 Min Read

Janhvi Kapoor Ulajh: ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଲ୍ଲୀର ବନ୍ୟା ପରିସ୍ଥିତି ଚିନ୍ତାରେ ପକାଇଛି। କେନ୍ଦ୍ରୀୟ ଦିଲ୍ଲୀର ଅନେକ ସ୍ଥାନରେ ବନ୍ୟା ଜଳ ମଧ୍ୟ ପ୍ରବେଶ କରିଛି। ଦିଲ୍ଲୀ ଏହି ବନ୍ୟା ମଧ୍ୟ ଚୁଲୁବୁଲି ନାୟିକା ଜାହ୍ନବୀ କପୁରଙ୍କ ଚିନ୍ତା ବଢାଇ ଦେଇଛି।

ତାହାର କାରଣ ହେଲା ତାଙ୍କର ଏକ ଦୀର୍ଘ ସୁଟିଂ ପାଇଁ ଦିଲ୍ଲୀ ଆସିବାର ଥିଲା। ହେଲେ ଯମୁନା ନଦୀର ଜଳ ସ୍ତର ବୃଦ୍ଧି ହେତୁ ତାଙ୍କ ଚଳଚ୍ଚିତ୍ର ସୁଟିଂ ସ୍ଥଗିତ ରହିଲା। ଜାହ୍ନବୀଙ୍କ ଏହି ଚଳଚ୍ଚିତ୍ରଟି ଏକ ଦେଶପ୍ରେମୀ ଥ୍ରୀଲର ଚଳଚ୍ଚିତ୍ର ଥିଲା। ଏହି ଫିଲ୍ମ ଜୁଲାଇ ମଧ୍ୟ ଭାଗରେ ସୁଟିଂ ପାଇଁ ସମୟ ଧ୍ୟାର୍ଯ୍ୟ କରାଯାଇଥିଲା।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ଜାନଭୀ କପୁର ତାଙ୍କ ଦେଶପ୍ରେମୀ ଥ୍ରୀଲର ‘ଉଲଜ’ ଚଳଚ୍ଚିତ୍ରର ସୁଟିଂ ପାଇଁ ଦିଲ୍ଲୀ ଆସିଥାଆନ୍ତେ। ଏହି ଚଳଚ୍ଚିତ୍ରର କାହାଣୀ ଦେଶଭକ୍ତିର ଏକ ପ୍ରତିଷ୍ଠିତ ପରିବାରର ଜଣେ ଯୁବ ଆଇଏଫଏସ୍ ଅଧିକାରୀଙ୍କ ଯାତ୍ରା ଉପରେ ଆଧାରିତ। ଯିଏ ବ୍ୟକ୍ତିଗତ ଷଡଯନ୍ତ୍ରରେ ଶିକାର ହୋଇ ଥିଲେ। ଜାହ୍ନବୀ ଜୁଲାଇ ୧୦ ରେ ଦିଲ୍ଲୀ ଆସି ଏଠାରେ ୧୫ ଦିନ ରହି ସୁଟିଂ କରିଥାଆନ୍ତି।

Share This Article