ବରିଷ୍ଠ ଓକିଲ ଆତ୍ମା ପ୍ରକାଶ ମହାନ୍ତି ରାଜ୍ୟ ଆଇନିଜୀବି ପରିଷଦର ସଦସ୍ୟ ଭାବେ ପୁନଃନିର୍ବାଚିତ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ଓକିଲ ଆତ୍ମା ପ୍ରକାଶ ମହାନ୍ତି ଆଜି ରାଜ୍ୟ ଆଇନିଜୀବି ପରିଷଦର ସଭ୍ୟ ଭାବେ ବିଜୟଲାଭ କରିଛନ୍ତି। ଏ ନେଇ ଆଜି ଭୋଟ ଗଣତି ହୋଇଥିଲା। ଏଥିରେ ସେ ଭଲ ଭୋଟରେ ବିଜୟ ଲାଭ କରିଛନ୍ତି।

ସମଗ୍ର ରାଜ୍ୟର ପ୍ରାୟ ସବୁ ଜିଲ୍ଲା ସବୁ କୋର୍ଟରୁ ସେ ପ୍ରଥମ ପସନ୍ଦ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସେ ଏହି ପଦବୀରେ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି। ଗତ ଥର ମଧ୍ୟ ମହାନ୍ତି ରେକର୍ଡ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଏହି ବିଜୟ ପାଇଁ ଲୟାରସ୍ ଗ୍ରୁପର ସଭାପତି ଶ୍ରୀ ଲିଙ୍ଗରାଜ ଦାଶ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share This Article