ସେ ଯୁଗ ଆଉ ନାହିଁ, ଏବେ କଳାହାଣ୍ଡିକୁ ଉଡିବ ଉଡାଜାହାଜ, ଡିଜିସିଏ ତରଫରୁ ମିଳିଲା ଅନୁମତି

Odisha Hot News
1 Min Read

ଭୁବନେଶ୍ବର: ଖୁବ ଶିଘ୍ର କଳାହାଣ୍ଡିକୁ ଉଡିବ ଉଡାଜାହାଜ। ଏ ନେଇ ଡିଜିସିଏ ବା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ ଅନୁମତି ପ୍ରଦାନ କରିଛନ୍ତି। ଗତକାଲି ଡିଜିସିଏ କଳାହାଣ୍ଡିର ଉତ୍କେଳା ବିମାନ ବନ୍ଦରକୁ ଅପରେସନାଲ ବିମାନ ବନ୍ଦର ଭାବେ ଲାଇସେନସ ପ୍ରଦାନ କରିଛି। ଫଳରେ ଭବାନୀପାଟଣର ଏହି ଉତକେଲା ବିମାନବନ୍ଦରକୁ ବିମାନ ଉଡାଣ ଆରମ୍ଭ ହେବ।

ଡିଜିସିଏ ତରଫରୁ ଏକ ଟିମ ଭବାନୀ ପାଟଣା ଆସି ସେଠାରେ ଦୁଇଦିନ ଧରି ବିମାନବନ୍ଦର ବିମାନ ଚଳାଚଳ ପାଇଁ ଉପଯୁକ୍ତ କି ନାହଁ ଅନୁଧ୍ୟାନ କରିଥିଲେ। ସେମାନେ ଦିଲ୍ଲୀ ଫେରିଯିବା ପରେ ତାଙ୍କର ରିପୋର୍ଟ ଆଧାରରେ ଏହି ଅନୁମତି ପ୍ରଦାନ କରାଯାଇଛି। ପ୍ରଥମେ ଏହି  ଉତ୍କେଳା ବିମାନ ବନ୍ଦରକୁ  2B ଲାଇସେନସ ପ୍ରଦାନ କରାଯାଇଛି। ଖୁବ ଶିଘ୍ର ଭୁବନେଶ୍ବରରୁ ଭବାନୀପାଟଣକୁ ବିମାନ ଉଡିବ ବୋଲି ଜଣାପଡିଛି।

 

Share This Article