ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର ଜିଲ୍ଲାପାଳ ସୂଚନା

Odisha Hot News
1 Min Read

ଭୁବେଶ୍ବର : ଜଗନ୍ନାଥ ମନ୍ଦିରରେ ଏବେ ଭକ୍ତମାନଙ୍କ ପାଇଁ ଏବେ ଖୋଲିବନି ସବୁ ଦ୍ୱାର । ଶ୍ରୀମନ୍ଦିରର ୪ ଦ୍ୱାର ପରିକ୍ରମା ପ୍ରକଳ୍ପ କାମ ସରିନଥିବାରୁ ଏବେ ୪ ଦ୍ୱାରଖୋଲିହେବନାହିଁ । ନିଷ୍ପତ୍ତି ସଂପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ସାଧାରଣ ଭକ୍ତ ସିଂହଦ୍ୱାର ଦେଇ ପଶିବେ, ଉତ୍ତର ଦ୍ୱାରରେ ବାହାରିବେ ପୁରୀ ବାସିନ୍ଦା ପୂର୍ବ ଓ ପଶ୍ଚିମ ଦ୍ୱାରରେ ପଶିବେ, ଉତ୍ତର ଦ୍ୱାରରେ ବାହାରିବେ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ପ୍ରକଳ୍ପ କାମ ଚାଲିଥିବାରୁ ଅନ୍ୟ ୩ ଦ୍ୱାରରେ କ୍ୟୁ ବ୍ୟବସ୍ଥା କରିହେବନି । ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାରରେ କ୍ୟୁ ବ୍ୟବସ୍ଥା କରାଯାଇପାରିବନି । ପର୍ଯ୍ୟାପ୍ତ ଜାଗା ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ କ୍ୟୁ ବ୍ୟବସ୍ଥା କରିହେବନି । ପ୍ରକଳ୍ପ କାମ ସରିବା ଯାଏ ଏବେ ଯେମିତି ଚାଲିଛି ସେମିତି ଚାଲିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Share This Article