କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଏମ୍‌ସି ଦେଲା ୫ଶହ କୋଟି ଟଙ୍କା

Odisha Hot News
0 Min Read

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ସହଯୋଗ କରିଛି। ଓଏମ୍‌ସି ସିଏମ୍‌ଆର୍‌ଏଫ୍‌ ଫଣ୍ଡକୁ ୫ଶହ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ନିଜର ୩ ମାସର ଦରମା ଦାନ କରିଥିଲେ। ଏହାପରେ ପାଣ୍ଠିକୁ ସହାୟତାର ସୁଅ ଛୁଟିବାରେ ଲାଗିଛି।

Share This Article
Leave a Comment